ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା ଓରଫ ରାକେଶ ଭୋଇ(୩୦) ବୋଲି ଜଣାପଡ଼ିଛି । ପୁଲିସ ପୂର୍ବରୁ ଏହି ଲୁଟ ଘଟଣାରେ ପିକଅପ ଗାଡି ଡ୍ରାଇଭର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୧୫୭ ପେଟି ବିଦେଶୀ ମଦ, ଲୁଟ ହୋଇଥିବା ପିକପ୍ ଭ୍ୟାନ,ଲୁଟରେ ବ୍ୟବହୃତ ୨ଟି ବାଇକ ଓ ୩ଟି ଦାମୀ ସ୍ମାର୍ଟଫୋନକୁ ଜବତ କରିଥିଲା । ସୂଚନା ମୁତାବକ, ଗତ ଜାନୁଆରୀ ୨୭ ତାରିଖ ରାତିରେ ଏକ ମଦ ବୋଝେଇ ପିକପ ଭ୍ୟାନ ଗାଡି ନିର୍ଗୁଣ୍ଡି ଅଞ୍ଚଳରୁ ବାହାରି କଣ୍ଟାପଡା ବ୍ଲକ ଓଲଟପୁର ଅଭିମୁଖେ ଯାଉଥିଲା । ମାତ୍ର ବିରୂପା ନଦୀବନ୍ଧ ପାଶ୍ୱର୍ ନୂଆସାହି-ପୋଡାବର ରାସ୍ତା ଦେଇ ଗାଡିଟି ଯିବାବେଳେ ୫ଜଣ ଦୃବୁର୍ତ୍ତ ଦୁଇଟି ବାଇକରେ ଆସି ଡ୍ରାଇଭର ଓ ହେଲପରଙ୍କୁ ମାଡ ମାରି ମଦ ବୋଝେଇ ପିକଅପ ଗାଡିକୁ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଗାଡି ମାଲିକ ମନୋଜ ପ୍ରତାପ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ଲୁଟ୍ ଘଟଣାରେ ପିକଅପ ଗାଡି ଡ୍ରାଇଭରର ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ମାତ୍ର ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ରାକା ଫେରାର ରହିଥିଲା । ପୁଲିସ ମୁଖ୍ୟ ଅଭିଯୁକ୍ତ ରାକାକୁ ସାଲେପୁର ଥାନା ଅଞ୍ଚଳରୁ ଗିରଫ କରି ଆଜି ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି