ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌

ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌

ବଲାଙ୍ଗିରରେ ରାଜ୍ୟପାଳ: ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ, ଅଙ୍ଗନୱାଡ଼ି ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌


#ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗୀର ଗସ୍ତରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ । ସେ ପ୍ରଥମେ ନୂଆପଡ଼ା ଜିଲ୍ଲାରୁ ଆସି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଝଲିଆଲିଟି ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ । ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଛୋଟ ଛୋଟ ଛୁଆ ମାନଙ୍କ ସହ ମିଶି ଚକୋଲେଟ ବଣ୍ଟନ କରିଥିଲେ । ଅଙ୍ଗନବାଡ଼ି କର୍ମୀ, ପାଚିକା ଓ ମା’ମାନଙ୍କ ସହ କଥା ହୋଇଥିଲେ । ପରେ ରାଜ୍ୟପାଳ କୁନି କୁନି ଛୁଆମାନଙ୍କର ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଲୋକଙ୍କ ଅଭିଯୋଗକୁ ଶୁଣିବା ପରେ ୭ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଭଲ ପାଠ ପଢିବା ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏବଂ ଛାତ୍ରଛାତ୍ରୀମାନଙ୍କ ଅସୁବିଧା କ’ଣ ରହିଛି ଗୋଟି ଗୋଟି କରି ପଚାରି ବୁଝିଥିଲେ । ଆଉ ଛାତ୍ରଛାତ୍ରୀମାନେ କେମିତି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ସେନେଇ ପରାମର୍ଶ ଦେଇଥିଲେ ଏବଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ପାଟଣାଗଡ ବ୍ଲକ, ଉଲବା ପଞ୍ଚାୟତର କୁସମକାନି ଗ୍ରାମରେ ପହଞ୍ଚି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପ୍ରଧାମନ୍ତ୍ରୀ ଆବାସ ଘର ଯୋଜନାରେ ତିଆରି କରାଯାଇଥିବା ଘରମାନଙ୍କୁ ଯାଞ୍ଚ କରୁଥିଲେ । ସେଠାକାର ଲୋକମାନଙ୍କର ଅସୁବିଧା ମଧ୍ୟ ବୁଝିଲେ ଏବଂ ପାଟଣାଗଡ ଉପଜିଲ୍ଲାପାଳ ବିଜୟ ଆନନ୍ଦ ସେଠୀ ଓ ପାଟଣାଗଡ ବି.ଡି.ଓଙ୍କୁ ୭ ଦିନ ମଧ୍ୟରେ ସମସ୍ତ ଅସୁବିଧା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟପାଳ ଭାଇଁସା ଗ୍ରାମରେ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ରାଜ୍ୟପାଳଙ୍କ ବଲାଙ୍ଗୀର ଗସ୍ତରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପିଙ୍କ ସହ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଥିଲା । ସବୁ ଛକରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା । ଏହାସହିତ ରାଜ୍ୟପାଳଙ୍କୁ ଦେଖିବା ପାଇଁ ଅନେକ ସ୍ଥାନରେ ଲୋକମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ