ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ


କଟକ(ଏନ୍‌.ଏମ୍‌.): ବହୁ ବାଦବିବାଦ ଭିତରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟ ହାଜର ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା । ମାତ୍ର କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି । ତେଣୁ ଏଥିପାଇଁ ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଛନ୍ତି । ଆସନ୍ତା ୧୪ ତାରିଖରେ ଉଭୟ ହାଜର ହେବା ପାଇଁ କୁହାଯାଇଛି । ସେହି ଦିନ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା । ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବାବେଳେ ଅନୁଭବ ଆସୁନଥିଲେ । ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ । ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା । ତେବେ ଗତକାଲି ବର୍ଷାଙ୍କ ବିରୋଧରେ ଅନୁଭବ ସ୍ଥାନୀୟ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ ହୋଇଯାଇଛି । ସେମାନଙ୍କୁ ସେ ଚିହ୍ନି ନଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଅନୁଭବ । ପୂର୍ବରୁ ଅନୁଭବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ବର୍ଷା । ଅଜଣା ଲୋକମାନେ ତାଙ୍କ ଘରେ ପଶି ଭିଡିଓ ସୁଟିଂ କରୁଥିବା ବର୍ଷା ଏଫ୍‌ଆଇଆରରେ ଦର୍ଶାଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ମାମଲା ଧିରେ ଧିରେ ଗମ୍ଭୀ ହେବାରେ ଲାଗିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ