ପ୍ରେମ ହେଲା ତୋ ସାଥିରେ ରିଲିଜ
କଟକ (ଏନ୍.ଏମ୍.) : ନୂଆ ଓଡ଼ିଆ ରୋମାଣ୍ଟିକ ଗୀତ ପ୍ରେମ ହେଲା ତୋ ସାଥିରେ ରିଲିଜ ହୋଇଯାଇଛି । କୁନା ରାଉଳଙ୍କ ଫୋର ସାଇଟ ୟୁ ଟ୍ୟୁବ ଚାନେଲରେ ଏହି ନୂଆ ଓଡ଼ିଆ ସ୍ମୃତି ମଧୁର ଗୀତଟି ରିଲିଜ ହୋଇଯାଇଛି । ଏଥିରେ କଣ୍ଠଦାନ କରିଛନ୍ତି ଦେବେଶ ପତି ଏବଂ ଅନ୍ତରା ଚକ୍ରବର୍ତ୍ତୀ । ଆଶୁତୋଷ ବାରିକ ଏହି ଗୀତଟିକୁ ରଚନା କରିଛନ୍ତି । ବିରଜା ପ୍ରସାଦ ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ପ୍ରଯୋଜନା କରିଛନ୍ତି ସ୍ୱପ୍ନାରାଣୀ ରାଉଳ । ଏହି ଗୀତରେ ବାଦ୍ୟ ଯନ୍ତ୍ରରେ ଅଛନ୍ତି ଅନିଲ ଦାସ, ମିଲନ ଷ୍ଟୁଡ଼ିଓରେ ଏହାର ଗୀତ ରେକର୍ଡିଙ୍ଗ ହୋଇଥିଲା । ଗୀତଟି ମାର୍କେଟକୁ ଆସିବା ପରେ ଦର୍ଶକଙ୍କ ହୃଦୟକୁ ଏହି ଗୀତ ଛୁଇଁ ପାରିଛି ।