ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ

Advertisement

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ: ୩୦ଟି ଜିଲ୍ଲାରେ ବିଜେଡିର ଶଙ୍ଖ ଧ୍ୱନୀ


ଭୁବନେଶ୍ୱର(ଏନ୍‌.ଏମ୍‌.) : ତ୍ରିସ୍ତରୀୟ ନିର୍ବାଚନ ପରେ ଆୟୁକ୍ତଙ୍କ ନିର୍ଦ୍ଦେଶାନୁଯାୟୀ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥର ବିଜେଡି ହାତରେ ରହିଛି ସମସ୍ତ ଜିଲ୍ଲପରିଷଦ ଅଧ୍ୟକ୍ଷ ଆସନ ।
ସୂଚନା ଅନୁଯାୟୀ, ଅନୁଗୋଳ- ବବିତା ପ୍ରଧାନ (ବିଜେଡି), ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି), ବଲାଙ୍ଗିର- ଦେବକୀ ସାହୁ (ବିଜେଡି), ବରଗଡ଼- ମାନିନୀ ଭୋଇ (ବିଜେଡି)ଲେଶ୍ୱର- ନାରାୟଣ ପ୍ରଧାନ (ବିଜେଡି), ଭଦ୍ରକ- ପ୍ରଫୁଲ୍ଲ ଜେନା (ବିଜେଡି), କଟକ- କିଶୋର ଚନ୍ଦ୍ର ମିଶ୍ର (ବିଜେଡି), ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି), ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି), ଗଞ୍ଜାମ- ଅଞ୍ଜଳି ସ୍ୱାଇଁ (ବିଜେଡି), ଗଜପତି- ଜି. ତିରୁପତି ରାଓ (ବିଜେଡି), ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍ (ବିଜେଡି), ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି), ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି), ଖୋର୍ଦ୍ଧା- ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି), କେନ୍ଦୁଝର- ସାଗରିକା ସାହୁ (ବିଜେଡି), କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି), କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି), କୋରାପୁଟ- ସସ୍ମିତା ମେଲେକା (ବିଜେଡି), କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି), ମାଲକାନଗିରି- ସମାରୀ ଟାଙ୍ଗୁଲୁ (ବିଜେଡି), ମୟୂରଭଞ୍ଜ- ଭାରତୀ ହାଂସଦା (ବିଜେଡି) ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି), ନୂଆପଡ଼ା- ଡଲି ମାଝୀ (ବିଜେଡି), ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି), ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି), ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି), ସମ୍ବଲପୁର- କୁମୁଦିନୀ ନାୟକ , ବିଜେଡି), ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି), ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି), ଏଥର ତ୍ରିସ୍ତରୀୟ ପଞ୍ଚାୟ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି ସର୍ବାଧିକ ୭୬୬ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୪୨ ଓ କଂଗ୍ରେସ ୩୭ଟି ଆସନ ଅକ୍ତିଆର କରିଥିଲା । ସେହିଭଳି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନ ପାଇଥିଲେ । ପୂର୍ବରୁ ୩୧୪ଟି ପଞ୍ଚାୟତ ସମିତି ବା ବ୍ଳକ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ୮୭ ପ୍ରତିଶତରେ ବିଜେଡି ସମର୍ôଥତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି