ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’
ଭୁୁବେନଶ୍ୱର (ଏନ୍.ଏମ୍.): ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲେକ୍ଷ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’କୁ ବୁଧବାର ପୂର୍ବାହ୍େଣର ଭୁବେନଶ୍ୱର ୟନିଟ୍-୧ ଆଦିବାସୀ ପଡିଆସ୍ଥିତ ଏନ୍.ସି.ସି. କ୍ୟାମ୍ପ(ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିର)ରେ ସ୍ୱାଗତ କରାଯାଇଥିଲା । ପବିତ୍ର ବିଜୟ ମଶାଲ ଏଠୋର ପହଞ୍ଚିବା ପରେ ଏନ୍.ସି.ସି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କମାଣ୍ଡର ସୋମେନ ବାନାର୍ଜୀ, ଗ୍ରୁପ୍ କମାଣ୍ଡର,ଏନ୍.ସି.ସି-କଟକ କର୍ଣ୍ଣେଲ ରଜନୀଶ, ଗ୍ରୁପ୍ କ୍ୟାପ୍ଟେନ୍ ତଥା ଗ୍ରୁପ୍ କମାଣ୍ଡର ବ୍ରହ୍ମପୁର ସଚିନ୍ ଗୁପ୍ତା, ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁଦର୍ଶନ ଯୋଶୀ, କମାଣ୍ଡିଂ ଅଫିସର -୬ ଓଡିଶା ବାଟାଲିୟନ, ପୁରୀ ପ୍ରମୁଖ ଯୋଗଦେଇ ଏହାକୁ ସ୍ୱାଗତ ଓ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ୧୯୭୧ ମସିହା ଯୁଦ୍ଧର ବୀର ଯବାନମାନଙ୍କର ବଳିଦାନ, ବୀରତ୍ୱର ଓ ଯୁଦ୍ଧର ସଫଳତା ସ୍ମୃତିଚାରଣ କରିବା ସହିତ ଏନ୍.ସି.ସି କ୍ୟାଡେଟ୍ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ୱ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ବିଭିନ୍ନ ଗ୍ରୁପ୍ର କ୍ୟାଡେଟ୍ମାନେ ୧୯୭୧ ଯୁଦ୍ଧ ସମ୍ପର୍କିତ ବକ୍ତୃତା ପ୍ରଦାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।