କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି: ସମୀର ମହାନ୍ତି
ଭୁବନେଶ୍ୱର(ଏନ୍.ଏମ୍.): ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତି ରାଜ୍ୟ ସରକାରଙ୍କ କୋହଳ ମେନାଭାବ ପ୍ରଦଶନ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ପ୍ରଶାସନ ଏଭଳି ହିଂସାକାଣ୍ଡକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।
ଦଳ ପକ୍ଷରୁ ଆହୁରି ଅଭିଯୋଗ ହୋଇଛି ଯେ, ରାଜ୍ୟରେ ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ଆଇନ ଆଗେର ବାଟ ଓଗାଳି ଛିଡା ହୋଇ ରହିଛନ୍ତି ଖୋଦ୍ ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ବିଜେଡି ଦ୍ୱାରା ହିଂସାତ୍ମକ ଆଚରଣ ଆମ ସମସ୍ତଙ୍କ ମନରୁ ଲିଭି ନଥିବାବେଳ ବର୍ତ୍ତମାନ ପୌର ନିର୍ବାଚନ ସମୟରେ ପୁଣି ଥରେ ଶାସକ ଦଳର ସମାନ ମେନାଭାବ ସାମ୍ନାକୁ ଆସିଛି । ପୌର ନିର୍ବାଚନ ସମୟେର ରାଜଧାନୀ ଭୁବେନଶ୍ୱର ସେମତ ରାଜ୍ୟର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଘଟିବା ଅତ୍ୟନ୍ତ ଚିନ୍ତାର ବିଷୟ । ନିର୍ବାଚନକୁ ବିରୋଧୀ ଶୂନ୍ୟ କରି ଯେଣେତଣ ହିସାବରେ ଶାସନ କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡ଼ିକୁ ଘାରିଛି ବୋଲି ଅଭିଯୋଗ ହୋଇଛି । ଏପରିକି କ୍ଷମତା ପାଇଁ ଶାସକ ଦଳ ଯେ କୌଣସିସ୍ତରକୁ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବିଜେପି କାଯ୍ୟର୍କର୍ତ୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭେଟିଛନ୍ତି । ଭୁବେନଶ୍ୱରେର ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ଯେଉଁ ଭଳି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଘଟଣା ଘଟିବାର ୨୪ ଘଣ୍ଟା ବିତିବାକୁ ଯାଉଥେôଲ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସେହିପରି ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରରେ ସ୍ଥାନୀୟ ଏବଂ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗେଦ୍ଦବଙ୍କ ନିରୀହ ଜନତାଙ୍କ ଉପେର ଆକ୍ରୋଶମୁଳକ ଭାବେ ଗାଡି ଚଢାେଇଦବା ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ରାଜ୍ୟ ରାଜନୀତିରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଅଭ୍ୟାସଗତ ବିଶୃଙ୍ଖଳାକାରୀ ବିଧାୟକ ଶ୍ରୀ ଜଗେଦ୍ଦବ ଅତୀତରେ ଅନେକ ଥର ଆଇନ ଖିଲାପ କାର୍ଯ୍ୟ କରିଥିଲେ ସୁଦ୍ଧା ତାଙ୍କ ପ୍ରତି ରାଜ୍ୟ ସରକାର କୋହଳ ମେନାଭାବ ପ୍ରଦର୍ଶନ କରି ଆସୁଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଲଗାତାର ଦୁଇ ଦିନ ଧରି ଯେଉଁ ଭଳି ଭାବେ ଶାସକ ବିଜେଡି ତରଫରୁ ବିଜେପି କାଯ୍ୟକର୍ତ୍ତାଙ୍କ ଉପେର ମରଣାନ୍ତକ ଆକ୍ରମଣ କରାଯାଉଛି, ରାଜ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କେଠାର ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଭୁବେନଶ୍ୱର ଆକ୍ରମଣରେ ଶିକାର ହୋଇ ଚିକିତ୍ସିତ ହେଉଥିବା ବିଜେପି କାଯ୍ୟକର୍ତ୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହ ଆକ୍ରମଣର ଶିକାର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କାଯ୍ୟକର୍ତ୍ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାଯ୍ୟର୍କାରିଣୀ ସଦସ୍ୟ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ୍, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦଜ ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ସାମିଲ ଥିଲେ ।