ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଇମ୍ଫା ପକ୍ଷରୁୁ ଚୌଦ୍ୱାର ତ୍ରିନାଥ ପଲ୍ଲୀରେ ଟିକାକରଣ


ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଇମ୍ଫା କାରଖାନା ତରଫରୁ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ତ୍ରିନାଥ ପଲ୍ଲୀରେ କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆପୋଲୋ ହସପିଟାଲ ସହଭାଗିତାରେ ଆୟୋଜିତ ଏହି ଶିବିରରେ କଲୋନୀରେ ରହୁଥିବା କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨୦ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫା କାରଖାନାର ଡିଜିଏମ୍ ଜି. ଶାରଦା ପ୍ରସାଦ ରାଓ ଓ ଆପୋଲୋ ହସପିଟାଲର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଅନୁପମ ଜେନା ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ଶିବିର ପରିଚାଳନା କରିଥିଲେ । ଇମ୍ଫା ଓ ଆପୋଲୋର ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଟିକାଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଚୌଦ୍ୱାର ପୌରପାଳିକା ୧୭ନମ୍ବ ୱାର୍ଡ଼ ସଭାପତି ଆଶୁତୋଷ ଦାସ ଓ ପୂର୍ବତନ କାଉନ୍‌ସିଲର ଗିରିଧାରୀ ଦଳାଇ ସହଯୋଗ କରିଥିଲେ । ଜନସଧାରଣଙ୍କୁ କରୋନାରୁ ସୁରକ୍ଷା ଦେବାପାଇଁ ସାରା ରାଜ୍ୟ ଏବଂ ଦେଶରେ ଯୁଦ୍ଧ କାଳୀନ ଭିତ୍ତିରେ ଟିକାକରଣ କରାଯାଉଥିବାବେଳେ ଏହି କଲୋନୀବାସୀଙ୍କ ପ୍ରତି କାହାର ନଜର ନାହିଁ । ଏହି ପରିପ୍ରେକ୍ଷୀରେ ଇମ୍ଫା ତରଫରୁ ଟିକାଦାନ କରାଯାଇଥିବାରୁ କଲୋନୀ ବାସୀଙ୍କ ତରଫରୁ କୃତଜ୍ଞତା ଅର୍ପଣ କରାଯାଇଛି । ଗତ କିଛିଦିନ ଭିତରେ ଇମ୍ଫା ପକ୍ଷରୁ ୪ହଜାରରୁ ଉର୍ଦ୍ଧ ଲୋକଙ୍କୁ ଟିକାଦାନ କରା ଯାଇଥିବା ଓ ଇମ୍ଫାରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକ ମାନଙ୍କୁ ଧାର୍ଯ୍ୟ ସମୟରେ ଦ୍ୱିତୀୟ ମାତ୍ରା ଟିକାକରଣ କରାଯିବବୋଲି ଡିଜିଏମ୍ ଶ୍ରୀ ରାଓ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ