ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି

Advertisement

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ଓଡିଶା ପାଇଁ ପ୍ରଭାବ ହିନ ବୋଲି ସୂଚନା ଦେଲେ ଆଇଏମଡି ଡିଜି


ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି । ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କିମ୍ବା ବାତ୍ୟା ହେବାର କୌଣସି ସୂଚନା ନଥିବା ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନଥିବା ସେ କହିଛନ୍ତି । ଏ ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ଓ ଆଖପାଖ ଭାରତ ମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ୧୩ ତାରିଖରୁ ତାହା କେନ୍ଦ୍ରୀୟ ବିଷୁବରେଖା ଆଖପାଖ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଥିଲା । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ । ହେଲେ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି । ତେବେ ପୂର୍ବ ଟ୍ରାକ୍ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ । ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନଥାଏ । ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି । ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ନପଡ଼ିବା ଆକଳନ କରାଯାଇଛି । ଆଗାମୀ ୫ ଦିନ ଯାଏ ବି ଓଡ଼ିଶାରେ ବାତ୍ୟା କିମ୍ବା ବର୍ଷାର କୌଣସି ସୂଚନା ନଥିବା ପାଣିପାଗ ବିଶେଷଜ୍ଞ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ