ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ

ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ

ଆରମ୍ଭ ହେଲା ରାଜନୈତିକ ଅଙ୍କକଷା: ମହା ବନ୍ଧୁମିଳନରେ ବାଣୀକଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ


#ବାସୁଦେବପୁର(ଏନ୍‌.ଏମ୍‌.): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ରାଜନୈତିକ ଅଙ୍କକଷା ମଧ୍ୟ ବଢ଼ିଯାଇଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ । କାହାର କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବ ସେ ନେଇ ଭୋଟଙ୍କରଙ୍କ ଠାରୁ ନିର୍ବାଚନ ସମୀକ୍ଷଙ୍କ ପର୍ଯ୍ୟନ୍ତ ଚାଲିଛି ହିସାବ । ଏହି ଅବସରରେ ରାଜନୈତିକ ଶିବିରରେ ମଧ୍ୟ ସମରସଜ୍ଜା ଆରମ୍ଭ ହୋଇ ଯାଇଛି । ପ୍ରାର୍ଥୀମାନେ ନିଜର ସଂଗଠନକୁ ଅଧିକ ମଜଭୁତ କରି ଭୋଟ ବ୍ୟାଙ୍କକୁ ବୃଦ୍ଧି କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଆଉ କିଛି ରାଜନେତା ଦଳୀୟ ଟିକେଟ ହରାଇବା ଆଶଙ୍କା କରି ଅନ୍ୟଦଳକୁ ମୁହାଁଇଲେଣି । ତେବେ ଜନତା କାହାକୁ ବାଛିବେ ନେତା ସେ ନେଇ ଚାଲିଛି ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ କିଛି ରାଜନେତା ନିଜର ଶକ୍ତିପ୍ରଦର୍ଶନ କରିବାକୁ ମଧ୍ୟ ଆଗେଇ ଆସିଲେଣି । ବିଭିନ୍ନ ସ୍ଥାନରେ ବନ୍ଧୁମିଳନ ଉତ୍ସବ କରି ନିଜ ପ୍ରତି ରହିଥିବା ଜନସମର୍ଥନକୁ ପ୍ରମାଣିତ କରିବା ପାଇଁ ଏବେ ନେତାମାନଙ୍କ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ ମଧ୍ୟ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ସ୍ଥାନୀୟ ବ୍ରାହ୍ମଣ ଗାଁ ଠାରେ ବାଣୀକଲ୍ୟାଣ ମହାନ୍ତି ଏବେ ଶକ୍ତି ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଯିଏ କି କିଛି ଦିନ ତଳେ ବିଜେଡିରୁ ନିଲମ୍ବିତ ହୋଇଥିଲେ, ଆଜି ସେ ତାଙ୍କର ହଜାର ହଜାର ସମର୍ଥକମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ କିଛି ମାସ ବାକି ଥିବା ବେଳେ ବାଣୀକଲ୍ୟାଣଙ୍କ ଏହି ବନ୍ଧୁ ମିଳନ ଉତ୍ସବ କି ପ୍ରଭାବ ପକାଇବ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ବିଜେଡିରୁ ନିଲମ୍ବନ ହେବା ପରେ ମଧ୍ୟ ବାଣୀକଲ୍ୟାଣ ଆଜି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାକୟଙ୍କ ଫଟୋ ରଖି ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏଣୁ ସେ ଏବେ ବି ନବୀନ ପଟ୍ଟନାୟକଙ୍କ ଉପରେ ପୁରା ଭରଷାରେ ରହିଛନ୍ତି ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ତେବେ ରାଜନୈତିକ କ୍ଷେତ୍ରରେ କିଛି କୁଚକ୍ରୀ ଗୋଷ୍ଠୀ ଲାଗିପଡ଼ି ତାଙ୍କୁ ଦଳରୁ ନିଲମ୍ବନ କରାଇ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଜନସମର୍ଥନକୁ ବଜାୟ ରଖିପାରିଛନ୍ତି ବୋଲି ମତ ପ୍ରକାଶ ପାଉଛନ୍ତି । ଅନ୍ୟପକ୍ଷରେ ବିଜେଡି ଅସନ୍ତୁଷ୍ଟ ଭୋଟକୁ ଏକତ୍ରିତ କରିବା କ୍ଷେତ୍ରରେ ବାଣୀକଲ୍ୟାଣ ସମର୍ଥ ହୋଇ ପାରିଛନ୍ତି । ତେବେ ଏହାକୁ ପୁଞ୍ଜିକରି ସେ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ଶୁଣିବାକୁ ମିଳୁଛି । ତେଣୁ ଆଗାମୀ ଦିନରେ ତାଙ୍କର କଣ ରହିବ ପ୍ରଭାବ, କଣ ରହିବ ତାଙ୍କ ନିର୍ବାଚନ ଗତି ତାହା ଦେଖିବାକୁ ବାକି ରହିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ