ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖନନ ମାମଲା : କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ


କଟକ(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଖଣି ଉତ୍ତୋଳନ ମାମଲାର ଶୁଣାଣିକରି ମାନ୍ୟବର ହାଇକୋର୍ଟ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବାଦାମପାହାଡ଼ ଗ୍ରାମର ଏସ୍‌.କେ.ସାଜିଦ୍ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ମୁଖ୍ୟ ବିଚାରପତି ଡ.ଏସ୍‌. ମୁରଲୀଧର ଏବଂ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଖଣି ମନ୍ତ୍ରଣାଳୟ, କେନ୍ଦ୍ର କର୍ପୋରେଟ୍ ମନ୍ତ୍ରଣାଳୟ,ରାଜ୍ୟ ଇସ୍ପାତ ଏବଂ ଖଣି ବିଭାଗ ସଚିବଙ୍କୁ ଜବାବ ମାଗିଛନ୍ତି । ଏଥି ସହିତ ଖଣି ବିଭାଗ ନିର୍ଦ୍ଦେଶକ, କମ୍ପାନୀ ରେଜିଷ୍ଟ୍ରାର, ମୟୁରଭଞ୍ଜ ଜିଲ୍ଲାପାଳ, ବାରିପଦା ସର୍କଲ ଖଣି ଅଧିକାରୀ, ଲାଲ୍ ଟ୍ରେଡର ଏବଂ ଏଜେନ୍ସିର ପରିଚାଳନା ନିର୍ଦ୍ଦେଶକ ରାଜକୁମାର ମିଶ୍ରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଆଦେଶରେ ଅଦାଲତ ସ୍ପଷ୍ଟ କରିଛନ୍ତି । ଜୁଲାଇ ୨୧ ତାରିଖକୁ ମାମଲାର ପରବ ର୍ୀ ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ବାଦାମପାହାଡ଼ର ଲିଜ୍ ଅବଧି ଶେଷ ହୋଇଥିଲା ବେଳେ ସଂପୃକ୍ତ କମ୍ପାନୀ ଲୁହାପଥର ଉତ୍ତୋଳନ କରୁଛି । ଫଳରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ବୋଲି ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱରସ୍ଥ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *