ଜାତୀୟ ସିନିୟର ମହିଳା ଫୁଟବଲ: ସେମିରେ ଓଡ଼ିଶା
ଜାତୀୟ ସିନିୟର ମହିଳା ଫୁଟବଲ: ସେମିରେ ଓଡ଼ିଶା କଟକ(ଏନ୍.ଏମ୍.): କେରଳରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ ତାମିଲନାଡକୁ ପରାସ୍ତ କରିଥିଲା । ବିଜୟ ଦଳର ଅଧିନୟିକା କରିସ୍ମା ଓରମା ୨୭ତମ ମିନିଟରେ ପ୍ରଥମ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ ସତ୍ୟବତୀ ଖଡିଆ ୩୭ତମ ମିନିଟରେ ଦ୍ୱିତୀୟ ଗୋଲ କରିଥିଲେ ।…
