ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ମାସ ପାଳନ କଟକ(ଏନ୍‌.ଏମ୍‌.): କଟକ ଅର୍ବାନ, ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡି କେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି । ଦେଶରୁ କୁପୋଷଣ ଦୂର କରି ଏକ ସୁସ୍ଥ ଭାରତ ଗଠନ ନିମନ୍ତେ ସମସ୍ତ ଗର୍ଭବତୀ, ସ୍ତନ୍ୟଦାୟୀ ମା, ତଥା କିଶୋରୀ ବାଳିକାମାନଙ୍କୁ ସାଧାରଣତଃ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା, ସଶ୍ୟ, ଡାଲି, ତେଲ , ଘିଅ, ପନିପରିବା ଓ ଫଳରେ ସୁସ୍ୱାଦୁ ପୋଷଣ…

Read More

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର

ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲରେ ଜଣେ ଗରିବ ଅସହାୟ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଓଡ଼ିଶା ମୋ ପରିବାର ସହଯୋଗରେ ମୃତକଙ୍କୁ ତାଙ୍କ ଘରକୁ ପଠାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁରୁଲ ଗ୍ରାମର ଜଣେ ୪୫ ବର୍ଷିୟା ବି. ଈଶ୍ୱରୀ ରେଡ଼ି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ୍‌.କେ.ସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ…

Read More

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’

ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତଚାଳିତ ଯାନ କିଣୁଥିବା ଗ୍ରାହକଙ୍କୁ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ଗାଡ଼ି…

Read More

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି

ଅନ୍ତଃ ହେଲା ୪ଫୁଟ ଉଚ୍ଚ ମୂର୍ତ୍ତି ବିବାଦ: ସରକାରଙ୍କ ଗାଇଡ଼ ଲାଇନ ମାନି ପୂଜା କରିବାକୁ ଶାନ୍ତି କମିଟିର ନିଷ୍ପତ୍ତି କଟକ(ଏନ୍‌.ଏମ୍‌.): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତଃ ଘଟିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ…

Read More

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ ନରସିଂହପୁର(ଏନ୍‌.ଏମ୍‌.): ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟି ଗ୍ରାମର ବାଉଁସପଦା ସାହିରେ । ସୂଚନା ଅନୁଯାୟୀ ନରସିଂହପୁର-ନୟାଗଡ଼ ମୁଖ୍ୟ ରାସ୍ତାର ପାଇକବାରବାଟି ଠାରେ ଥିବା ନୂଆନାଳ ନିକଟରେ ଥିବା ଆମ୍ବ ତୋଟାକୁ ସେହି ଗ୍ରାମର ପ୍ରଫୁଲ୍ଲ ରାଉତଙ୍କ ପୁଅ ମୃତ ଶ୍ରୀକାନ୍ତ ରାଉତ(୨୦ ବର୍ଷ)ପ୍ରତିଦିନ ଗାଈ ଚରାଇବାକୁ ଯାଇଥିଲେ । ମାତ୍ର ଗତକାଲି ସନ୍ଧ୍ୟା ସମୟରେ ଗାଈ ଘରକୁ…

Read More

ଆରପାରିରେ ମନୋରମା

ଆରପାରିରେ ମନୋରମା କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କ ଆଜି କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଅପରାହ୍ନ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି…

Read More

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ

ନରସିଂପୁର ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ #ନରସିଂପୁର(ଏନ୍‌.ଏମ୍‌.): ସ୍ଥାନୀୟ ପାଇକପଡା ପାଟଣା ଗ୍ରାମର ନୂତନ କୋଠଘର ଉଦ୍‌ଘାଟିତ ହୋଇଯାଇଛି । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କୋଠଘରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର…

Read More

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ #କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନରେ…

Read More

ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ

ମହାନଦୀରେ ସମ୍ଭାବ୍ୟ ବନ୍ୟା: ଆସନ୍ତା କାଲି ମୁଣ୍ଡଳିରେ ନିଷ୍କାସନ ହେବ ୮ଲକ୍ଷ କ୍ୟୁସେକ ଜଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ତେବେ ଆସନ୍ତା କାଲି (ଶନିବାର) ପୂର୍ବାହ୍ନରେ ୮ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ ।…

Read More

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା କଟକ(ଏନ୍‌.ଏମ୍‌.): ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ନିଆରା ମଣିଷ ବୃନ୍ଦାବନ ଦାସ ଆଜାଦ । ଦିନରାତି କଟକର ଗରିବ ଦଳିତ ତଥା ନିଷ୍ପେସିତଙ୍କ ପାଇଁ କାର୍ଯ୍ୟ କରୁଥିବା ଆଜାଦ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ଆଉଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ କଟକ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଆଜାଦ ନିଜପାଇ ନକରି ଅନ୍ୟର ସୁଖ ପାଇ ବଞ୍ôଚଥିବା ମତପ୍ରକାଶ କରିଛନ୍ତି…

Read More

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ କଟକ(ଏନ୍‌.ଏମ୍‌.): ଖାନନଗର ଶ୍ମଶାନରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଚୁଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୩୫ ବର୍ଷର ପୁରୁଣା ବିଦ୍ୟୁତ ଶବଦାହ କେନ୍ଦ୍ରକୁ ମାଟିରେ ମିଶାଇ ଦିଆଯାଇଛି । ଅବଶ୍ୟ ବିଦ୍ୟୁତ ଚାଳିତ ବଦଳରେ ଏହାକୁ ପରିବର୍ତ୍ତନ କରାଯାଇ ଲିକ୍ୟୁଇଡ଼ ପ୍ରେଟ୍ରୋଲିୟମ ଗ୍ୟାସ ଦ୍ୱାରା ଶବଦାହ ହେଉଥିଲା । ତେବେ ଏହାକୁ ପୁଣି ପରିବର୍ତ୍ତନ କରାଯାଇ ସିଏନଜି ଚୁଲାରେ ଶବଦାହ…

Read More

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ସମଗ୍ର ବିଶ୍ୱପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରଦୂଷଣ ନିୟନ୍ତ୍ରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଓଡ଼ିଶାର ପ୍ରଥମ କମ୍ପ୍ରେସ ନେଚୁରାଲ ଗ୍ୟାସ(ସିଏନ୍‌ଜି) ଚାଳିତ ଟ୍ରକ ଉଦ୍‌ଘାଟିତ…

Read More