ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ
ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ ଆଠଗଡ଼ (ଏନ୍.ଏମ୍.): ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶା ସରକାର ସମ୍ବାଦପତ୍ର ବିକ୍ରେତା (ହକର)ମାନଙ୍କୁ ସ୍ୱୀକୃତି ଦେଇଛନ୍ତି । ତଦନୁଯାୟୀ ଆଠଗଡ ଉପଖଣ୍ଡର ପ୍ରଥମ ପର୍ଯ୍ୟାୟରେ ୫୯ଜଣ ସମ୍ବାଦପତ୍ର ବିକ୍ରେତାଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ କଟକରେ ଏକ ଭବ୍ୟ ସମାରୋହରେ ପରିଚୟ ପତ୍ର ପ୍ରଦାନ ସହ କିଛି ଅନୁଦାନ ରାଶି ବଣ୍ଟନ କରିଥିଲେ । ସେହିଭଳି ଆଜି ଏକ କାର୍ଯ୍ୟକ୍ରମରେ…
