କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକ ଚଣ୍ଡୀ ମନ୍ଦିରର ବିକାଶ ନିମନ୍ତେ ଆଜି ରାଜ୍ୟସରକାର ୭୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ମନ୍ଦିରର ଚତୁଃପାର୍ଶ୍ୱରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ,…

Read More

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ

ମହାନଦୀ ବ୍ୟାରେଜ ମରାମତି ଦାବିରେ ମୌନ ଧାରଣା କଟକ-ଚୌଦ୍ୱାର ବିକାଶ ପରିଷଦ ଜଗତପୁର (ଏନ୍‌.ଏମ୍‌): କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ମହାନଦୀ ବ୍ୟାରେଜ ମୁଣ୍ଡରେ ମୌନ ଧାରଣା ଦେଇଛନ୍ତି । ସୂଚନା ଥାଉ କି ବ୍ୟାରେଜ ପୋଲର ମରାମତି ପାଇଁ ଓ ନିମପୁର ନୂତନ ବସ୍ତିର ସୁରକ୍ଷା ଦୃଷ୍ଟିରୁ ନଦୀକୂଳ ପଥର ପ୍ୟାକିଙ୍ଗ ଏବଂ ଗାର୍ଡ ୱାଲ ନିର୍ମାଣ ଦାବିରେ ଗତ ମାସ ୨୯ତାରିଖ ଦିନ ଏକ ଲିଖିତ ଦାବିପତ୍ର ବିଭାଗୀୟ…

Read More

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର କୁଏତ(ଏଜେନ୍ସି): ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘ ଓ ବାଦର ଅଲ ସାମା ମେଡିକାଲରେ, ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ପ୍ୟାକେଜରେ ରକ୍ତଚାପ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, କୋଲେଷ୍ଟ୍ରଲ ପରୀକ୍ଷା, ଯକୃତ ସ୍କ୍ରିନିଂ(ଏସଜିପିଟି), କିଡନୀ ସ୍କ୍ରିନିଂ (କ୍ରିଏଟିନାଇନ୍‌) ଏବଂ ସାଧାରଣ ଡାକ୍ତରଙ୍କ ପରାମର୍ଶ ବିନା ମୂଲ୍ୟରେ ଚିକିତ୍ସା କରାଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ…

Read More

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କେନ୍ଦ୍ରାପଡା/ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏହାକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, କେନ୍ଦ୍ରାପଡା ଜିଲ୍ଲାପାଳଅମ୍ରିତ୍ ଋତୁରାଜ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର…

Read More

‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’

‘ଦେହ ଦପ୍ତର’ ଲୋକାର୍ପଣ ସମାରୋହ: ‘ସାହିତ୍ୟରେ ସାଧାରଣ ଲୋକଙ୍କ କଥା ରହିବା ଆବଶ୍ୟକ’ ଭୁବନେଶ୍ୱର(ଏନ୍‌.ଏମ୍‌.): ସାହିତ୍ୟରେ ସାଧାରଣ ଲୋକଙ୍କ କଥା ପ୍ରତିଫଳିତ ହେବା ଆବଶ୍ୟକ । ସମକାଳୀନ କବିତାରେ ସମାଜମନସ୍କତା ଅଧିକ ଭାବରେ ପରିସ୍ପୁଟିତ ହେଉଛି ଏବଂ ଏହା ସାହିତ୍ୟକୁ ଅଧିକ ଲୋକାଭିମୁଖୀ କରିପାରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମତ ଦେଇଛନ୍ତି । ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ପୂର୍ବତନ ପ୍ରଶାସକ ତଥା…

Read More

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ମଇ ୨୭ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.) : ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମଇ ମାସ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ…

Read More

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ

ତିର୍ତ୍ତୋଲରେ ଲୁଟେରାଙ୍କ ଉତ୍ପାତ: ବନ୍ଧୁକ ମୁନରେ ଅଧ୍ୟାପକଙ୍କ ଘରେ କଳାକନା ବୁଲେଇଲେ ଡକାୟତ ତିର୍ତ୍ତୋଲ(ଏନ୍‌.ଏମ୍‌.): ତିର୍ତ୍ତୋଲ ଅଞ୍ଚଳରେ ଲେଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ମଧ୍ୟ ଲେଟେରାମାନେ ନିର୍ଭୟ ହୋଇ ତିର୍ତ୍ତୋଲ ବଜାର ସ୍ଥିତ ଜଣେ ଅଧ୍ୟାପକଙ୍କ ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲେଇ ଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ସୁଚନାନୂଯାୟୀ ତିର୍ତ୍ତୋଲ ଥାନା ନିକଟସ୍ଥ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାର ତିର୍ତ୍ତୋଲ ପେଟ୍ରୋଲ ଟାଙ୍କି ପାଖ ତାରିଣୀ ଇଲେକ୍ଟ୍ରୋନିକ୍ସ୍…

Read More