ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କର୍ମଶାଳା

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କର୍ମଶାଳା

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କର୍ମଶାଳା

News by I&PR Odisha

ଭୁବନେଶ୍ୱର,(ଏନ୍‌.ଏମ୍‌.): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ନିକଟ ଅତୀତରେ କେନ୍ଦ୍ର ସରକାର ଲୋକପ୍ରତିନିଧି ଅଧିନିୟମ ୧୯୫୦ ଏବଂ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ସଂଶୋଧନ କରିଛନ୍ତି, ଯାହାକୁ କି ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସଂଶୋଧିତ ନିୟମକୁ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪(ଖ)ରେ ଅନ୍ତର୍ଭୁକ୍ତ କରାଯାଇଛି । ସଂଶୋଧିତ ନୂଆ ନିୟମ ଅନୁଯାୟୀ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୪ ଗୋଟି ଯୋଗ୍ୟତା ସୂଚକ ତାରିଖ ରହିବ । ପୂର୍ବରୁ କେବଳ ନୂତନ ଭୋଟରମାନଙ୍କ ପାଇଁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଯଥା ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଧରାଯାଉଥିଲା । ନୂତନ ନିୟମ ଅନୁସାରେ ଯେଉଁ ନୂଆ ଭୋଟରମାନଙ୍କ ବୟସ ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ତାରିଖ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହେଉଥିବ ସେମାନେ ଭୋଟର ତାଲିକରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଫଳରେ ଯୁବ ତଥା ନୂତନ ଭୋଟରମାନଙ୍କୁ ଭୋଟର ତାଲିକରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟର ତାଲିକରେ ନାମ ଯୋଗ, ତାଲିକାରୁ ନାମ ବାଦଦେବା, ନାମ ସଂଶୋଧନ କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ପୂର୍ବରୁ ଫର୍ମ ନଂ-୬, ଫର୍ମ ନଂ-୭, ଫର୍ମ ନଂ-୮ ବ୍ୟବହାର କରାଯାଉଥିଲା । ଫର୍ମଗୁଡ଼ିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ଫର୍ମ ନଂ-୮ର ବ୍ୟବହାର କରାଯିବ । ପୂର୍ବଭଳି ଫର୍ମ ନଂ-୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଏଏସ୍‌ଇ ଇଦ୍ରିଶ ଖାନ୍ ଓ ଟି. ଯୋଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ