BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ କହିଲା ବିଜେପି

BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ କହିଲା ବିଜେପି

BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ କହିଲା ବିଜେପି

#ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ଶେଷ ହୋଇଛି ସାଧାରଣ ନିର୍ବାଚନ ଓଡ଼ିଶାରେ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଗଡ଼ର ପତନ ହୋଇଛି ଏହି ପରିପ୍ରେକ୍ଷୀରେ ବିଜେଡି ଶାସନରୁ ହଟିବା ପରେ ଲୋକଙ୍କ ଉପରେ ସ୍ୱାସ୍ଥ୍ୟସେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ଭଳି ଅଭିଯୋଗ ହୋଇଛି ଗରିବ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ଼କୁ କିଛି ନର୍ସିଂହୋମ ଗ୍ରହଣ ନକରି ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ନୂଆ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବେ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହି ରୋଗୀଙ୍କ ଫେରାଇ ଦେଉଥିବା ଅଭିଯୋଗ ହୋଇଛି ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ(BSKY)କୁ ଆଉ ଗ୍ରହଣ କରାଯାଉ ନାହିଁ। ନୂଆ ସରକାର ଆସିଥିଲେ BSKY କାମ କରିବନି କହି କେଉଁଠି ରୋଗୀଙ୍କୁ ଫେରାଇ ଦିଆଯାଉଛି ତ ଆଉ କେଉଁଠି ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ କୁହାଯାଉଛି। ରାଜ୍ୟର କିଛି ଘରୋଇ ମେଡ଼ିକାଲ୍‌ ଏବଂ କ୍ଲିନିକ ପକ୍ଷରୁ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି BSKY ନାଁରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି, ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଥିବା BSKY ଟଙ୍କାକୁ ନେଇ ଆଶା ଆଶଙ୍କାରେ ଘରୋଇ ନର୍ସିଂ ହୋମ୍ ମାଲିକ। ଅପରପକ୍ଷେ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ସାମାଜିକ ଅପରାଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିବା ସହ ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ