ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ

ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ

News by Akshya Biswal (RairangPur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ “ଆଦିବାସୀ ଗୌରବ ପର୍ବ’ପାଳନ ନିମନ୍ତେ ଓଡିଶା ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ମୟୁରଭଞ୍ଜ ସୀମା ଠାରେ ସ୍ୱାଗତ କରି ତାଙ୍କ ପଟୁଆର ସହିତ ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ବିଭିନ୍ନ ଆଦିବାସୀ ବର୍ଗୀୟ କାର୍ଯ୍ୟକ୍ରମ ଯଥା ରେଲି, ଆଦିବାସୀ ସମ୍ବର୍ଦ୍ଧନା ଉତ୍ସବ, ମଶାଲ ଯାତ୍ରା କରାଯାଇଥିଲା । ତତ୍‌ସହିତ ଓବିସି ବିଭାଗ ରାଜ୍ୟ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନଙ୍କ ସହଯୋଗରେ କଂଗ୍ରେସ ଯୁବ ସରପଞ୍ଚ ତଥା ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଲମ୍ବୋଦର ସିଂହଙ୍କ ନେତୃତ୍ୱରେ ଶାମାଖୁଣ୍ଟା ବ୍ଲକର ପୁଡା ଅସ୍ତିୟା ସ୍ଥିତ ସ୍ଥାପିତ ଆଦିବାସୀ ଭଗବାନ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ । ପୁନଶ୍ଚ ବାରିପଦା ନିର୍ବାଚନ ମଣ୍ଡଳୀରେ ଏକ ଆଦିବାସୀସାହିରେ କଂଗ୍ରେସ ନେତା ବାଦଲ ହେମ୍ବ୍ରମ ଓ ଜିଲ୍ଲା କଂଗ୍ରେସର ମିଳିତ ସହଯୋଗରେ ବିଭିନ୍ନ ଆଦିବାସୀ ପାରମ୍ପରିକ ଗୀତ, ନାଚରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଆପାୟିତ କରାଯାଇଥିଲା । ଏହି ଅବସରରେ ଆଦିବାସୀମାନଙ୍କ ସହ ସାମୂହିକ ଭାବେ ନୈଶ୍ୟ ଭୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ମୟୁରଭଞ୍ଜ ପ୍ରଭାରୀ ତଥା ପୂର୍ବତନ ସାଂସଦ ନକୁଳ ନାଏକ, ମୟୁରଭଞ୍ଜ ପ୍ରଭାରୀ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ରାଜ୍ୟ ଏସଟି ସେଲ ଅଧକ୍ଷ ଭୁଜବଳ ମାଝୀ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ,ପିସିସି ସଦସ୍ୟ ନିରୋଜ ଲୋଚନ ଦାଶ, ବରିଷ୍ଠ କଂଗ୍ରେସ ନେତା ଭୁବନ ସାହୁ, ଲଲନ ସିହ୍ନା, ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀର ଛୁଟୁରାମ ବିନ୍ଧାଣି, ମୀନକେତନ ବେହେରା, ରବୀନ୍ଦ୍ର ଗିରି, ରବୀନ୍ଦ୍ର ନାଥ ସେଠି, ଭୋଜଗୋବିନ୍ଦ ଦଳାଇ, ମହିଳା କଂଗ୍ରେସ ସଭାପତି ସୁସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ମୋତିପ୍ରକାଶ ଦାସ, ବିକାଶ ମହାଭୋଇ ସମେତ ବହୁମାନୟାଗଣ୍ୟ କଂଗ୍ରେସ ନେତା ବିଭିନ୍ନ ବ୍ଲକରୁ ଆସି ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *