କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ

କଟକରେ ପୁଣି ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଠାବ କଟକ(ଏନ୍‌.ଏମ୍‌.): କଟକ ଏବେ ନକଲି କାରବାରର ପେଣ୍ଠସ୍ଥଳ ପାଲଟିଛି । କିଛିଦିନ ବ୍ୟବଧାନ ପରେ କଟକରୁ ପୁଣିଠାବ ହୋଇଛି ନକଲି ମସଲା କାରଖାନା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି, ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆର ଏକ କାରଖାନାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ…

Read More

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନ: ୧୧ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ବିଜେଡ଼ିର ଷ୍ଟାର କ୍ୟାମ୍ପେନ

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନ: ୧୧ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ବିଜେଡ଼ିର ଷ୍ଟାର କ୍ୟାମ୍ପେନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭୋଟର ମତଦାନ କରିବେ । ଆସନ୍ତା ୨୨ତାରିଖରେ ମତଦାନ ହେବାକୁ ଥିବାବେଳେ ବିଜେଡି ଅଧିକ ଭୋଟ ପାଇବା ପାଇଁ ବିଭିନ୍ନ ରଣନୀତି ଆପଣେଇଛି । ଏହି ପରିପ୍ରେକ୍ଷୀରେ ଓଡିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ସିନେତାରକା କୁନା ତ୍ରିପାଠୀ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

Read More

ବଡ଼ଦେଉଳରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ବଡ଼ଦେଉଳରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ପୁରୀ(ଏନ୍‌.ଏମ୍‌.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀଗସ୍ତରେ ଆସିଥିବାବେଳେ ସନ୍ଧ୍ୟାରେ ବଡ଼ଦେଉଳକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ମିନିଟ ପରେ ସିଂହଦ୍ୱାରରେ ପହଞ୍ଚିଥିଲେ । ସିଂହଦ୍ୱାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସ୍ୱାଗତ କାର୍ଯ୍ୟକ୍ରମ ପରେ ସେ ବଡ଼ଦେଉଳ ଭିତରକୁ ପ୍ରବେଶ କରିଥିଲେ…

Read More

ପୌର ନିର୍ବାଚନ ପାଇଁ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ

ପୌର ନିର୍ବାଚନ ପାଇଁ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ…

Read More