୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ଆରଟିଆଇ କପିକୁ ଜାଲ ବୋଲି କହିଲେ ପୁଲିସ କମିଶନର

୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ଆରଟିଆଇ କପିକୁ ଜାଲ ବୋଲି କହିଲେ ପୁଲିସ କମିଶନର

୫-ଟି ଅଧ୍ୟକ୍ଷଙ୍କ ସୁରକ୍ଷା ସମ୍ପର୍କରେ ଆରଟିଆଇ କପିକୁ ଜାଲ ବୋଲି କହିଲେ ପୁଲିସ କମିଶନର


#ଭୁବନେଶ୍ୱର (ଏନ୍‌.ଏମ୍‌.): ପୁଲିସ କମିଶନରଙ୍କ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗୋଟିଏ ପଟେ ସୂଚନାଅଧିକାର କର୍ମୀମାନେ ଆରଟିଆଇ ଆକ୍ଟରେ ବିଭିନ୍ନ ତଥ୍ୟ ମାଗି ସରକାର ଓ ପ୍ରଶାସନକୁ ହରଡ଼ଘଣାରେ ପକାଉଥିବାବେଳେ ଆଜି ପୁଲିସ କମିଶନର ସେମାନଙ୍କ କାର୍ଯ୍ୟକୁ ଭୁଲ ବୋଲି କହିଛନ୍ତି । ତେବେ ରାଜ୍ୟରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ ସୂଚନା ଅଧିକାର ଆଇନ କପିକୁ ପୁଲିସ କମିଶନର ସଞ୍ଜିବ ପଣ୍ଡା ଜାଲ୍ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଶ୍ରୀ ପଣ୍ଡା କହିଛନ୍ତି ଯେ, ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇନି । ସୂଚନା ଅଧିକାର କର୍ମୀ ଫେକ୍ ଡକ୍ୟୁମେଣ୍ଟ ଦେଖାଇ ପ୍ରେସମିଟ୍ କରିଥିଲେ । ସୂଚନା ଅଧିକାର କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ କର୍ମଚାରୀଙ୍କ ସହ ଗୋଟିଏ ଗାଡ଼ି ମଧ୍ୟ ଗୃହ ବିଭାଗ ଯୋଗାଇ ଦେଇଥିବା ଆରଟିଆଇ ତଥ୍ୟ ମିଳିଥିବା ରାଜ୍ୟ ସୂଚନା ଅଧିକାର ଅଭିଯାନ – ଓସା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏ ତଥ୍ୟ କମିଶନରେଟ୍ ପୁଲିସର ରିଜର୍ଭ ପୁଲିସ ଅଫିସ୍‌ରୁ ମିଳିଥିବା ଦର୍ଶାଇଥିଲା ଓସା । ତେବେ ସେଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇ ନାହିଁ ବୋଲି ଆଜି ସିପି ସ୍ପଷ୍ଟ କରିଛନ୍ତି । ସେପଟେ ପୁଲିସ ରୁଜୁ କରିଥିବା ମାମଲାକୁ ଚକ୍ରାନ୍ତ ଆରଟିଆଇ କର୍ମୀ କହିଛନ୍ତି । ସରକାର ଓ ପ୍ରଶାସନ ସବୁବେଳେ ଆରଟିଆଇ କର୍ମୀମାନଙ୍କୁ ଚପାଇ ଦେବାକୁ ଉଦ୍ୟମ କରିଥାନ୍ତି । ସେମାନଙ୍କ ଦୁର୍ନୀତିର ଭାଣ୍ଡ ଖୋଲିଯିବା ଭୟରେ ପାଲଟା ଆରଟିଆଇ କର୍ମୀମାନଙ୍କ ଉପରେ ଆକ୍ରୋଶ ମନୋଭାବ ନେଇ ବିଭିନ୍ନ ମିଥ୍ୟା ମକଦ୍ଦମା କରିଥାନ୍ତି ବୋଲି ଓସାର ଜଣେ କର୍ମକର୍ତ୍ତା କହିଛନ୍ତି ।

Slider ଅପରାଧ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ