ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ

ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ

ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ


#ନୂଆଦିଲ୍ଲୀ(ଏନ୍‌.ଏମ୍‌.): ହିନ୍ଦୁ ବିବାହକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ହିନ୍ଦୁ ବିବାହ କେବଳ ନାଚଗୀତ, ଭୋଜିଭାତ ଓ ମଜାମସ୍ତି କରିବାର ଉତ୍ସବ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ଅନୁଷ୍ଠାନ । ସାତ ଫେରା ବିନା ଯଦି କୌଣସି ବିବାହ ହେଉଛି ତାହାଲେ ସେ ବିବାହ ବୈଧ ନୁହେଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ ଚେତାବନୀ ଦେଇ କହିଛନ୍ତି ଯେ, କେବଳ ପଞ୍ଜିକରଣ ବିବାହକୁ ଆଇନଗତ କରେ ନାହିଁ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ନାଗରତ୍ନା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠରେ ବିବାହରୁ ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି । ଜଷ୍ଟିସ୍ ନାଗରତ୍ନା କହିଛନ୍ତି, ହିନ୍ଦୁ ବିବାହ ଏକ ସାମାଜିକ ମାନ୍ୟତା ଓ ସଂସ୍କାର ଅଟେ । ତେଣୁ, ଆମେ ଆଜିକାଲିର ଯୁବପିଢିଙ୍କୁ ଅନୁରୋଧ କରୁଛୁ ଯେ ବିବାହ କରିବା ପୂର୍ବରୁ ଭାରତୀୟ ହିନ୍ଦୁ ବିବାହର ପରମ୍ପରା ଓ ଏହାର ପବିତ୍ରତା ବିଷୟରେ ଜାଣିବା ନିହାତି ଆବଶ୍ୟକ । ସୁପ୍ରିମକୋର୍ଟ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ହିନ୍ଦୁ ବିବାହକୁ ବୈଧ ଘୋଷଣା ନିମନ୍ତେ ଆଇନଗତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭବିଷ୍ୟତରେ ବିବାହକୁ ନେଇ କୌଣସି ଆଇନଗତ ସମସ୍ୟା ଦେଖାଦେଲେ ଏହି ସବୁ ପ୍ରମାଣକୁ ଗୁରୁତ୍ୱାରୋପ କରାଯିବ ବୋଲି କହିଛନ୍ତି ବିଚାରପତି ବି. ନାଗରତ୍ନା । ବିବାହ କେବଳ ଯୌତୁକ ଦେବା ନେବାର ଉତ୍ସବ ନୁହେଁ । ନା କି କୌଣସି ବ୍ୟବସାୟିକ କାରବାର ଏହା ଏପରି ଏକ ଅନୁଷ୍ଠାନ ଯାହା ଏକ ପୁରୁଷ ଏବଂ ସ୍ତ୍ରୀ ପବିତ୍ର ବନ୍ଦନରେ ସାରା ଜୀବନ ବାନ୍ଧି ହୋଇ ରହିଥାଆନ୍ତି । ନିଜର ଆଗାମୀ ପରିବାର ବିକଶିତ କରିଥାନ୍ତି । ତେଣୁ ବିବାହ ସମୟରେ ଏହାର ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ସହ ସମସ୍ତ ନୀତିନୀୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ