ସିଡିଏ ଅଞ୍ଚଳରେ କଂଗ୍ରେସ ସମ୍ମିଳନୀ

ସିଡିଏ ଅଞ୍ଚଳରେ କଂଗ୍ରେସ ସମ୍ମିଳନୀ

ସିଡିଏ ଅଞ୍ଚଳରେ କଂଗ୍ରେସ ସମ୍ମିଳନୀ

#କଟକ (ଏନ.ଏମ): ସିଡିଏ ଅଞ୍ଚଳରେ ଏକ କଂଗ୍ରେସ ସମ୍ମିଳନୀ ସେକ୍ଟର-୯ ସ୍ଥିତ ପଡିଆରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋଫିଆ ଫିର୍ଦୋଷ ଯୋଗଦେଇ ବିଧାୟକ ମହମ୍ମଦ ମୋକିମଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବା ଓ କଟକ ସହରକୁ ଉନ୍ନତି ଏବଂ ବିକାଶ ପଥରେ ଆଗେଇ ନେବା ସହ କଟକ ସହରର ଭାଇଚାରାକୁ ସାରା ବିଶ୍ଵରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିଧାୟକ ମହମ୍ମଦ ମୋକିମ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ କିପରି ପୁଣି ଥରେ କିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟୀ କରିବ ସେଥିପାଇଁ ଆହ୍ଵାନ ଦେଇଥିଲେ । ସିଡିଏ ଅଞ୍ଚଳରେ ଆରମ୍ଭ ହୋଇଥିବା ପେଟାନାଳ କାର୍ଯ୍ୟକୁ ତ୍ୱରାନିତ୍ଵ କରାଯାଇ ଯଥାଶୀଘ୍ର ଶେଷ କରାଯିବ ବୋଲି ସୋଫିଆ କହିଥିଲେ । ଅନ୍ୟମାନଙ୍କ ଶୈଳବାଳା ଜେନା, ବାସୁଦେବ ମିଶ୍ର, ନିତ୍ୟାନନ୍ଦ ରାଉତରାୟ, ଗୌତମ ପଣ୍ଡା, ପ୍ରକାଶ ନାୟକ, ରମେଶ ବେହେରା, ନିତ୍ୟାନନ୍ଦ ମିଶ୍ର, ଦ୍ଵାରିକା ନାଥ ଦାସ, ଲକ୍ଷ୍ମୀନାରାୟଣ ଦାସ, ସତ୍ୟାନନ୍ଦ ଦାସ, ଚିତ୍ତ ରଞ୍ଜନ ପରିଡା, ଉତ୍କଳ ଭୂଷଣ ରାଉତରାୟ, ପରୀକ୍ଷିତ ସାହୁ, ଡ ନଈମା ତାରଜେନ, ବାସୁଦେବ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ