ଶିକ୍ଷା ଧ୍ୱଂସକାରୀ ଏନଇପି-୨୦୨୦ ବାତିଲ ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଉଦଘାଟିତ

ଶିକ୍ଷା ଧ୍ୱଂସକାରୀ ଏନଇପି-୨୦୨୦ ବାତିଲ ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଉଦଘାଟିତ

ଶିକ୍ଷା ଧ୍ୱଂସକାରୀ ଏନଇପି୨୦୨୦ ବାତିଲ ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଉଦଘାଟିତ

କଟକ  (ଏନ୍‍.ଏମ୍‍.):  ଶିକ୍ଷାକୁ ଧ୍ୱଂସ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଦାବିରେ ଦେଶବ୍ୟାପୀ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କଟକରେ ଆଜି ଏଆଇଡିଏସଓ ଉଦ୍ୟୋଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀ ଫୋରମର ଆବାହକ ପ୍ରଶାନ୍ତ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କାୟସ୍ଥ, ଏଆଇଡିଏସ୍‌ଓ ଓଡିଶା ରାଜ୍ୟ ପରିଷଦର ଉପ-ସଭାପତି ବବି ବଳବନ୍ତରାୟ, ଏଆଇଡିଏସ୍‌ଓ କଟକ ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ସମ୍ପାଦକ ବିନୋଦ ସେଠୀ, ଉପ-ସଭାପତି ତରୁଣସେନ ନାୟ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଇଶା ଧର, ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଅମରେନ୍ଦ୍ର ନାୟଜ, ଜ୍ୟୋତ୍ସାରାଣୀ ଦାସ, ସଂଗଠକ ସରୋଜ ମାନସିଂହ, ରାଜେଶ ରାଉତ ସମେତ ବହୁ ବୁଦ୍ଧିଜିବୀ ଓ ଛାତ୍ର ନେତା ସାମିଲ ହୋଇ ନିଜର ଦସ୍ତଖତ ପ୍ରଦାନ କରିଥିଲେ । ଉଦଘାଟନ ସ୍ଥଳରେ ଅତିଥି ମାନେ କହିଥିଲେ; ସ୍ୱାଧୀନତା ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଗୋଟିଏ ପଟେ ଶିକ୍ଷା ସଂକୋଚନ କରିବା ସହ ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ଥିବା ଗଣତାନ୍ତ୍ରିକ ଓ ବୈଜ୍ଞାନିକ ମୂଲ୍ୟବୋଧକୁ ଧ୍ୱଂସ କରିବାକୁ ଚେଷ୍ଟା କରିଚାଲିଛନ୍ତି । ଶିକ୍ଷା କ୍ଷେତ୍ରରେ ଆକାଶଛୁଆଁ ଫିସ ବୃଦ୍ଧି ହେତୁ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷା ପାଇବାରୁ ବଞ୍ôଚତ ହୋଇଛନ୍ତି । ସମାଜରେ ଅନ୍ଧବିଶ୍ୱାସ, ରୁଢ଼ିବାଦୀ ଚିନ୍ତା ଏବଂ ଅନ୍ଧତା ଏବେ ବି ପ୍ରଚଳିତ । ନବଜାଗରଣର ମନିଷୀ ଏବଂ ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ୍ ଯୋଦ୍ଧାଗଣ ବୈଜ୍ଞାନିକ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଶିକ୍ଷା ଏବଂ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ପ୍ରଚଳନର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସମ୍ପୂଣ୍ଣ ର୍ଭାବେ ଧୂଳିସାତ ହୋଇଛି । କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଜନସାଧାରଣ ଶିକ୍ଷା ସୁବିଧା ହରାଇବାର ଯନ୍ତ୍ରଣାଦାୟକ ସମସ୍ୟାର ସମାଧାନ ଖୋଜୁଥିଲେ, ସେତେବେଳେ ଆଜିର କେନ୍ଦ୍ର ସରକାର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ପଦଦଳିତ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ ଜନସାଧାରଣଙ୍କ ଉପରେ ଲଦି ଦେଇଥିଲେ । ଏହା ଆମକୁ ଆଶ୍ଚର୍ଯ୍ୟ କରିଛିଯେ, ଏହି ଜାତୀୟ ଶିକ୍ଷାନୀତି-୨୦୨୦ ର ସୁପାରିଶ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତା, ବୈଜ୍ଞାନିକ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ଶିକ୍ଷାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ । ଏହି ଶିକ୍ଷାନୀତି ଦ୍ୱାରା ଏକାଡେମୀକ ଏବଂ ପ୍ରଶାସନିକ କେନ୍ଦ୍ରୀକରଣ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ଶିକ୍ଷାର ପ୍ରକୃତ ନିର୍ଯ୍ୟାସକୁ ନଷ୍ଟ କରି ବିଶ୍ୱବଜାରରେ ଶିକ୍ଷାକୁ ଏକ ଲାଭଦାୟକ ପଣ୍ୟରେ ପରିଣତ କରିବା । ଆଦ୍ୟ ଶୈଶବ ଯତ୍ନ ଶିକ୍ଷା, ବିଦ୍ୟାଳୟ କମ୍ପେ୍ଲକ୍ସ ନାଁରେ ସରକାରୀ ବିଦ୍ୟାଳୟ ବନ୍ଦ କରିବା, ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଲାଗୁ କରିବା, ବ୍ଲେଣ୍ଡେଡ ପଦ୍ଧତ୍ତିରେ ଶିକ୍ଷାଦେବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ କରିବା ଏବଂ ଏକା ସାଙ୍ଗରେ ଦୁଇଟି ଡିଗ୍ରୀ ପାଇବାର ସୁଯୋଗ ଦେବାଭଳି ମିଠା କଥାର ଆଢ଼ୁଆଳରେ ଏହା ଶିକ୍ଷାର ବ୍ୟବସାୟୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ସେହିଭଳି ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଲାଗୁ କରିବା, ଅଯୌକ୍ତିକ ଭାଷାନୀତି, ନବମ ଶ୍ରେଣୀରୁ ସେମିଷ୍ଟାର ବ୍ୟବସ୍ଥା, ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ଏବଂ ଏକାଡେମୀକ ବ୍ୟାଙ୍କ ଅଫ୍ କ୍ରେଡିଟ ଆମ ଦେଶରେ ବିଦ୍ୟମାନ ଥିବା ସାମଗ୍ରିକ ଶିକ୍ଷା ଅଧ୍ୟୟନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ । ଏମ.ଫିଲ ଉଠାଇଦେବା, ଚାରିବର୍ଷିଆ ସ୍ନାତକ ଡିଗ୍ରୀ ପରେ ପିଏଚଡି କୋର୍ସ ପ୍ରଚଳନ ଏବଂ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା ଦ୍ୱାରା ଦେଶର ରିସର୍ଚ୍ଚ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ । ଏହା ବ୍ୟତୀତ ପ୍ରାଚୀନ ଭାରତୀୟ ଜ୍ଞାନ ବ୍ୟବସ୍ଥା ନାମରେ ଏହି ଜାତୀୟ ଶିକ୍ଷାନୀତି-୨୦୨୦ ଇତିହାସ ଏବଂ ବିଜ୍ଞାନକୁ ବିକୃତ କରି ଶିକ୍ଷା କ୍ଷେତ୍ରରେ ଅବୈଜ୍ଞାନିକ, ବିଭାଜନକାରୀ ଏବଂ ସାମ୍ପ୍ରଦାୟିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ । ସଂକ୍ଷେପରେ ଏହା ଆମେ କହିବାକୁ ବାଧ୍ୟ ଯେ, ଜାତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, କେନ୍ଦ୍ରୀକରଣ, ଧନ୍ଦାଭିମୁଖୀକରଣ ଏବଂ ସାମ୍ପ୍ରଦାୟିକରଣର ନୀଳନକ୍ସା ଛଡା ଆଉ କିଛି ନୁହେଁ । ତେଣୁ ଏହି ଭଳି ଶିକ୍ଷା ସଭ୍ୟତା ଧ୍ୱଂସକାରୀ ଶିକ୍ଷାନୀତି ବର୍ଜନ କରିବା ସହ ଏହାକୁ ବାତିଲ କରିବା ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନରେ ସର୍ବସ୍ତରର ଜନଗଣ ଏକାଠି ହୋଇ ପବ୍ଲିକ ଏଜୁକେସନକର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଅତିଥିମାନେ ନିବେଦନ କରିଥିଲେ ।

 

ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି