ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର‌୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର‌୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ୧୮୧୯କୋଟି ଟଙ୍କାର ଜାଲ ବିଲ ର‌୍ୟାକେଟର ପର୍ଦ୍ଦାଫାଶ: ୨ଗିରଫ


# କଟକ(ଏନ୍‌.ଏମ୍‌.): କଟକ ଓଡ଼ିଶା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ୱାରା ଜାଲ ବିଲ ର‌୍ୟାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଫଳରେ ଆଜି ୧୮୧୯ କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାଶ ହୋଇପାରିଛି । ଏଥିରେ ସମ୍ପୃକ୍ତ ଦୁଇ ଜଣ ମାଷ୍ଟରମାଇଣ୍ଡ ତଥା ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲ ଓ ସଚିନ୍ଦ୍ର କୁମାର ଯାଦବ ଗିରଫ ହୋଇଛନ୍ତି । ଏହି ଜାଲ ବିଲ ବଳରେ ୩୨୩କୋଟି ଟଙ୍କାର ଜାଲ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡିଛି । ଏହି ଜାଲବିଲ ର‌୍ୟାକେଟରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଶ୍ରୀ ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଥିବା ବେଳେ ଶ୍ରୀ ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି ।
ଏହି ଦୁଇଜଣ ଅନ୍ୟମାନଙ୍କ ସହ ମିଶି ୧୩ ଗୋଟି ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ସୃଷ୍ଟି କରି ଜାଲ କିଣା ବିଲ ମାଧ୍ୟମରେ ଏହି ଜାଲ ଇନପୁଟ ଟାକ୍ସ କ୍ରେଡିଟ (ଆଇଟିସି) ହାତେଇଥିବା ଜଣା ଯାଇଛି । ଏହି ଜାଲ ପ୍ରତିଷ୍ଠାନଗୁଡିକ ପଶ୍ଚିମ ବଙ୍ଗ, ଝାରଖଣ୍ଡ, ଦିଲ୍ଲୀ ଆଦିରେ ବ୍ୟାପିଛି ବୋଲି ବାଣିଜ୍ୟକର ପକ୍ଷରୁ କୁହାଯାଇଛି । ଜାଲ କ୍ରୟ ବିକ୍ରୟ ବିଲ ମାଧ୍ୟମରେ ୩୨୩ କୋଟି ଟଙ୍କାର ଜାଲ ଆଇଟିସି ହାତେଇଥିବାବେଳେ ପ୍ରାୟ ସେହି ପରିମାଣର ଆଇଟିସି ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି କରିଛନ୍ତି । ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ସେମାନେ ଏହି ଜାଲ କିଣା ବିଲ ଯୋଗାଡ କରିଥିବା ଜଣାଯାଇଛି ।
ଅନୁସନ୍ଧାନ ସମୟରେ ପଶ୍ଚିମବଙ୍ଗର କଲିକତାରେ ରହୁଥିବା ଝୋଟ କଳ ଶ୍ରମିକ, ଝାଡୁଦାର ଆଦି ଲୋକଙ୍କ ଫଟୋ ସହ ପରିଚୟ ପତ୍ର ଯଥା ଭୋଟର ପରିଚୟ, ପ୍ୟାନ ଆଧାର, ବ୍ୟାଙ୍କ ପାସବୁକ ଆଦି ସେମାଙ୍କୁ ଚାକିର ଦେବା ଆଳରେ ହାସଲ କରିଥିଲେ । ସେଗୁଡିକୁ ବ୍ୟବହାର କରି ଜିଏସଟି ପଞ୍ଜିକରଣ ହାସଲ କର ବିଭିନ୍ନ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ । ଜିଏସଟି ପଞ୍ଜିକରଣ ନେଇ ସେ ଅନ୍ୟମାନଙ୍କ ସହ ମିଶି କୌଣସି ଦ୍ରବ୍ୟର ଆଦାନ ପ୍ରଦାନ ବିନା ସେ ଜାଲ ବିଲ ବ୍ୟବସାୟରେ ଲିପ୍ତ ରହିଥିଲେ । ୧୩ ଗୋଟି ଜଳ ଫାର୍ମ ମଧ୍ୟରୁ ତିନୋଟି ଫାର୍ମର ପ୍ରୋପ୍ରାଏଟର ପଶ୍ଚିମ ବଙ୍ଗର ଦେଲହାଜସି ଝୋଟ କଳ ଶ୍ରମିକ, ଝାଡୁଦାର ହୋଇଥିବା ଜଣାପଡ଼ିଛି । ଓଡିଶା ଜିଏସଟି ଆଇନ ୨୦୧୭ ର ଧାରା ୧୩୨(୧)(ସି), ୧୩୨(୧)(ବି), ୧୩୨(୧)(ଆଇ) ଓ ୧୩୨(୫) ଅନୁଯାୟୀ ଏହି ଅପରାଧ ଏକ ଜାମିନ ବିହୀନ ଧର୍ଦ୍ଧବ୍ୟ ଅପରାଧ ଏବଂ ୧୩୨(୧)(ଆଇ) ଧାରା ଅନୁଯାୟୀ ଦଣ୍ଡନୀୟ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଏନଫୋର୍ସମେଣ୍ଟ ୱିଙ୍ଗ ବର୍ତ୍ତମାନ ଶ୍ରଦ୍ଧା ୨୩ ଜଣ ଠକ ବ୍ୟବସାୟୀଙ୍କୁ ଜାଲ ବିଲ କାରବାର ଏବଂ ଜାଲ ଇନପୁଟ ଟାକ୍ସ କ୍ରେଡିଟ ଉପଲବ୍ଧ ଏବଂ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଥିଲା । ଏତଦ ବ୍ୟତୀତ ରାଜ୍ୟ ଜିଏସଟି ବିଭାଗ ଦ୍ୱାରା ଏପର୍ଯ୍ୟନ୍ତ ୨୯୦୦୨ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରାଯାଇଛି । ରିଟର୍ଣ୍ଣ ଦାଖଲ କରି ନଥିବା ହେଉ ଅଥବା କ୍ଷେତ୍ରୀୟ ଅନୁସନ୍ଧାନରେ ଏଗୁଡିକ ଭୂତ ବ୍ୟବସାୟୀକ ପ୍ରତିଷ୍ଠାନ ଜଣା ପଡ଼ିବାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଜିଏସଟି କମିସନରେଟ ତରଫରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, କୌଣସି ବ୍ୟକ୍ତି ନିଜର ପରିଚୟ ପତ୍ର ସମ୍ପର୍କିତ କାଗଜ ପତ୍ର, ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି କୌଣସି ଅଜଣା ଅନଧିକୃତ ଲୋକଙ୍କୁ ପ୍ରଦାନ କରନ୍ତୁ ନାହିଁ । ଯଦି କେହି ଏପରି କରିଥାନ୍ତି ତେବେ ସେମାନେ ତୁରନ୍ତ ରାଜ୍ୟ ବିଏସଟି କମିସନରେଟଙ୍କୁ ଜଣାନ୍ତୁ, ଯାହା ଫଳରେ ଏଗୁଡ଼ିକର ଅପବ୍ୟବହାରକୁ ରୋକିହେବ । ଯଦି କେହି ବ୍ୟକ୍ତି ନିଜର ବ୍ୟକ୍ତିଗତ କାଗଜପତ୍ର ଅପବ୍ୟବହାର ହେଉଥିବା ଜାଣୁଛନ୍ତି ତେବେ ସେମାନେ ତୁରନ୍ତ ନିକଟସ୍ଥ ଜିଏସଟି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ବୋଲି ବାଣିଜ୍ୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ