ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ


ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ କରୋନାର ‘ଆର’ ଫ୍ୟାକ୍ଟର ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି କଡ଼ାକଡ଼ି ଭାବେ ପାଳନ କରିବେ, ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ସେହିପରି କିଛି ସ୍ଥାନରେ ଜମୁଥିବା ଭିଡ଼କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି । ଆଜି ଦେଶରେ କରୋନାର ୩୮,୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି; ଯାହା ଗତକାଲି ତୁଳନାରେ ୨୩ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ବିଶେଷ କରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନର୍ଥଇଷ୍ଟର ୮ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥିଲେ । ଏହି ଆଲୋଚନା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ କହିଛି ଯେ, ରାଜ୍ୟରେ କୋଭିଡ-୧୯ ପ୍ରୋଟକଲକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଛି । ବିଶେଷ କରି ସରକାରୀ ଯାନବାହାନ ଓ ପାହାଡ଼ି ଅଞ୍ଚଳରେ କୌଣସି କଟକଣା ରହୁନାହିଁ । ପୁନଶ୍ଚ କିଛି ରାଜ୍ୟରେ କ୍ରମାଗତ ଭାବେ ଆର୍ ଫ୍ୟାକ୍ଟର ବୃଦ୍ଧି ପାଇବା ଚିନ୍ତାର ବିଷୟ । ଆର ଫ୍ୟାକ୍ଟର ୧.୦ ଉପରେ ରହୁଥିବାରୁ ସଂକ୍ରମଣ ଅଧିକ ବ୍ୟାପୁଥିବା ଜଣାପଡ଼ିଛି । ତେଣୁ କଟକଣାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ଏହାକୁ ଗୁରୁତ୍ୱର ସହ ନେବାକୁ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଗହଳି ହେଉଥିବା ସ୍ଥାନରେ କଟକଣା କଡ଼ାକଡ଼ି କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏଥି ସହିତ ହଟସ୍ପଟ ଜୋନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ସଂକ୍ରମଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ସଂପୂର୍ଣ୍ଣ ଭାବେ ଶେଷ ହୋଇନଥିବାବେଳେ ତୃତୀୟ ଲହର ଦେଖାଦେଇଛି । ଏହାକୁ ମୁକାବିଲା କରିବା ପାଇଁ ସମସ୍ତେ ଦାୟିତ୍ୱବାନ ରହିବା ଆବଶ୍ୟକ । ସମ୍ପ୍ରତି କରୋନା ଟିକାକରଣ ହାର ବୃଦ୍ଧି ପାଇଥିଲେ ମଧ୍ୟ କଟକଣାକୁ କୋହଳ କରାଯିବ ନାହିଁ । ଯାହା ଦ୍ୱାରା କରୋନା ପଜିଟିଭ ହାର ହ୍ରାସ ପାଇବ ବୋଲି କୁହାଯାଇଛି । ତେବେ ଆର ଫ୍ୟାକ୍ଟରର ଅର୍ଥ ଜଣେ ସଂକ୍ରମିତଙ୍କ ଠାରୁ କେତେ ଜଣ ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ତେଣୁ ମହାମାରୀ ସମୟରେ ସମସ୍ତେ ଆର ଫ୍ୟାକ୍ଟରକୁ ୧ରୁ ତଳକୁ ରଖିବାକୁ ଚେଷ୍ଟା କରିବା ଉଚିତ । ଏବେ ଧିରେ ଧିରେ ଆର ଫ୍ୟାକ୍ଟର ବୃଦ୍ଧି ପାଇବାର ଅର୍ଥ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ । ତେଣୁ ଏଥି ପାଇଁ ସମସ୍ତ ରାଜ୍ୟସରକାର, ପ୍ରଶାସନିକ ଅଧିକାରୀ ଓ ସାଧାରଣ ଜନତା ମଧ୍ୟ ସଚେତନ ହେବା ଅନିବାର୍ଜ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ