ରାଜଧାନୀରୁ ଜବତ ହେଲା ୫ କୋଟି ଟଙ୍କା: ଯାଜପୁରର ଜଣେ ବିଜେଡି ନେତାଙ୍କ ପାଖ ଲୋକଙ୍କର ବୋଲି ଚର୍ଚ୍ଚା

ରାଜଧାନୀରୁ ଜବତ ହେଲା ୫ କୋଟି ଟଙ୍କା: ଯାଜପୁରର ଜଣେ ବିଜେଡି ନେତାଙ୍କ ପାଖ ଲୋକଙ୍କର ବୋଲି ଚର୍ଚ୍ଚା

ରାଜଧାନୀରୁ ଜବତ ହେଲା ୫ କୋଟି ଟଙ୍କା: ଯାଜପୁରର ଜଣେ ବିଜେଡି ନେତାଙ୍କ ପାଖ ଲୋକଙ୍କର ବୋଲି ଚର୍ଚ୍ଚା


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ସବୁଠି ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଅଞ୍ଚଳରୁ ଜବତ ହୋଇଛି ୫ କୋଟିରୁ ଅଧିକ ଟଙ୍କା । ଏହି ଟଙ୍କା ଭର୍ତ୍ତି କାରଟି ଯାଜପୁର ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତାଙ୍କ ଡାହାଣ ହାତ କୁହାଯାଉଥିବା ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର ବୋଲି ଜଣାପଡ଼ିଛି । ହେଲେ ବିଜେଡିର ସେହି ଟାଣୁଆ ନେତା କିଏ? ତାଙ୍କ ନାଁ କ’ଣ? ଅନ୍ୟପକ୍ଷରେ ଏତେ ପରିମାଣର ଟଙ୍କା ରାଜଧାନୀ ଆସିଥିଲା ନା ଯାଉଥିଲା? ଏ ସବୁ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଳମ୍ୱିତ ରାତିରେ ରାଜଧାନୀର ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଅଞ୍ଚଳ ଭାବେ ପରିଚିତ ସୂର୍ଯ୍ୟୠର ଏଲ୍‌ଆଇସି ଅଫିସ୍ ପାଖରେ ଗୋଟିଏ ଫର୍ଚୁନର କାର୍ ଛିଡ଼ା ହୋଇଥିଲା । ସେହି କାରରେ ଟଙ୍କା ଥିବା ନେଇ ଆୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ଚଢ଼ଉ ସମୟରେ କାର ଭିତରେ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା । ପରେ ଟଙ୍କା ସମ୍ପର୍କରେ କାର୍ ଭିତରେ ବ୍ୟକ୍ତିଙ୍କୁ ପଚାରିଥିଲା । ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଆୟକର ବିଭାଗ ଟଙ୍କା ଓ କାରକୁ ଜବତ କରିଥିଲା । ଏଥିସହ କାର୍ ଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ଏହାପରେ ପରଦିନ ଅପରାହ୍ନରେ ଜବତ ହୋଇଥିବା ଟଙ୍କାକୁ ଧରି ଭୁବନେଶ୍ୱର ସ୍ଥିତ ଏସବିଆଇ ମୁଖ୍ୟ ଶାଖାକୁ ଯାଇଥିଲା । ସେହି ଟଙ୍କାର ଗଣତି ସମୟରେ କାର୍ ଥିବା ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ପରିମାଣର ଟଙ୍କା କାହାର? ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ । ତେବେ ରାଜନୈତିକ କାର୍ଯ୍ୟରେ ବ୍ୟବହାର ପାଇଁ ଏହି ଟଙ୍କା ଯାଉଥିବା ସାଧାରଣରେ ଆଲୋଚନା ହେଉଛି । ସେପଟେ ଶୁଣିବାକୁ ମିଳୁଛି ଟଙ୍କା ଥିବା କାରଟି କୁଆଡ଼େ ଯାଜପୁର ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତାଙ୍କ ଡାହାଣ ହାତ କୁହାଯାଉଥିବା ଠିକାଦାର ନିହାର ରଞ୍ଜନ ମାନ୍ଧାତାଙ୍କର । ତାଙ୍କ ଘର ଯାଜପୁର ଟାଉନ୍ ଅଞ୍ଚଳର । ନିହାର ୩ ସହଯୋଗୀଙ୍କ ସହ ମିଶି ଠିକାଦାର କାମ କରୁଛନ୍ତି । କିନ୍ତୁ ନିହାର ହେଉଛନ୍ତି ଠିକାଦାରୀ ସଂସ୍ଥାର ମୁଖ୍ୟ । ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ବଡ଼ବଡ଼ କାମ(ଯେମିତି ବ୍ରିଜ୍‌, ରାସ୍ତା ଓ ନଦୀବନ୍ଧ) ଆଦି ସେ କରନ୍ତି । ସେ ଶାସକ ଦଳର ନେତାଙ୍କ ଗେହ୍ଲା ପୁଅ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ବିଜେଡି ବା ଠିକାଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ