ମୋ ବସକୁ ପଛରୁ ପିଟିଲା ଟ୍ରକ: ୨୦ ଆହତ

ମୋ ବସକୁ ପଛରୁ ପିଟିଲା ଟ୍ରକ: ୨୦ ଆହତ

ମୋ ବସକୁ ପଛରୁ ପିଟିଲା ଟ୍ରକ: ୨୦ ଆହତ


କଟକ(ଏନ୍‌.ଏମ୍‌.): କଟକ ସଦର ନୂଆଗଡ ନିକଟରେ ମୋ ବସ୍ ସହିତ ଏକ ଟ୍ରକ ଧକ୍କା ହୋଇଛି । ଭୁବନେଶ୍ୱରରୁ ଓଡି -୩୩ ଭି ୪୫୬୫ ନମ୍ବର ବିଶିଷ୍ଟ ମୋ ବସ ଯାତ୍ରୀମାନଙ୍କୁ ଧରି ଆସୁଥିବା ସମୟରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ବସ୍ ପଛପଟୁ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଟ୍ରକଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ହୋଇଥିଲା । ଏହି ବସ୍‌ରେ ୨୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ଅନ୍ୟ ୧୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ତେବେ ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକେ ଏବଂ ପୁଲିସ୍ ପ୍ରଶାସନର ସହାୟତାରେ ଚିକିତ୍ସା ନିମନ୍ତେ ୧୦୮ଆମ୍ବୁଲାସ ଯୋଗେ କଟକ ବଡ଼ମେଡ଼ିକାଲ (ଏସସିବି) ପଠା ଯାଇଛି । ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ଏହାକୁ କିଭଳି ଦୁର୍ଘଟଣା ମୁକ୍ତ କରାଯାଇ ପାରିବ ସେ ନେଇ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି । ପୁନଶ୍ଚ ଏହି ଅଞ୍ଚଳ ଗୋଟିଏ ଦୁର୍ଘଟଣା ପ୍ରବଣ ହୋଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ନହେବା ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିବା ସହ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ନିୟନ୍ତ୍ରଣ ରକ୍ଷା କରିବା ସହ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ସ୍ୱାଭାବିକ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ