ମେୟରଙ୍କ ଉପସ୍ଥିତିରେ ବକ୍ସ ଡ୍ରେନ ମ୍ୟାନ ହୋଲରେ ହେଲା ପଙ୍କଉଦ୍ଧାର

ମେୟରଙ୍କ ଉପସ୍ଥିତିରେ ବକ୍ସ ଡ୍ରେନ ମ୍ୟାନ ହୋଲରେ ହେଲା ପଙ୍କଉଦ୍ଧାର

ମେୟରଙ୍କ ଉପସ୍ଥିତିରେ ବକ୍ସ ଡ୍ରେନ ମ୍ୟାନ ହୋଲରେ ହେଲା ପଙ୍କଉଦ୍ଧାର


କଟକ(ଏନ୍‌.ଏମ୍‌.): ମୌସୁମୀ ଆସିବା ପୂର୍ବରୁ କଟକ ସହରରେ ଯେଭଳି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେ ନେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ ତତ୍ପରତା ଦେଖାଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ନାଳ ନର୍ଦ୍ଦମାରୁ ପଙ୍କୋଦ୍ଧାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ତେବେ ଚଳିତ ବର୍ଷ ସେଭଳି ସମସ୍ୟାର ଯେପରି ପୁନରାବୃତ୍ତି ନହୁଏ ସେ ନେଇ ମେୟର ନିଜେ ଉପସ୍ଥିତ ରହି ପଙ୍କୋଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ତେବେ ଗତ ବର୍ଷ ବକ୍ସ ଡ୍ରେନ ଉପରେ ପାଣି ଜମିବା ସମସ୍ତଙ୍କୁ ଚକିତ କରିଥିଲା । କେଉଁ ଜାଗାରେ ସମସ୍ୟା ରହିଅଛି ତାହା ଅଧିକାରୀ ଓ ଇଂଜିନିୟର ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା । ପଟ୍ଟା ପୋଲ ୱାର୍ଡ ନମ୍ବର ୧୭ରେ ନିର୍ମିତ ବକ୍ସ ଡ୍ରେନ ମ୍ୟାନହୋଲ ଓ ବିଭିନ୍ନ ଜାଗାରେ ବାଲି ବସ୍ତା ଥିବା ଜାଣି, ମେୟର ଶ୍ରୀ ସିଂହ ଓ ସ୍ଥାନୀୟ କର୍ପୋରେଟର ତଥା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ. ଶ୍ରୀଦେବୀଙ୍କ ଉଦ୍ୟମରେ ଆଜି ବକ୍ସ ଡ୍ରେନ ମ୍ୟାନହୋଲ ଭିତରେ ପ୍ରବେଶ କରି ଶ୍ରମିକମାନଙ୍କ ଦ୍ୱାରା ପଙ୍କଉଦ୍ଧାର କାର୍ଯ୍ୟ କରାଯାଇଛି । ବକ୍ସ ଡ୍ରେନ ପୂର୍ଣ୍ଣାଙ୍ଗ ହେଲେ ସିଏମସିକୁ ୱଟକୋ ହସ୍ତାନ୍ତର କରିବ । ଓଡ଼ିଶାରେ ବୃହତ ବର୍ଜ୍ୟ ଜଳ ନିଷ୍କାସନର ବକ୍ସ ଡ୍ରେନ କାର୍ଯ୍ୟ ଯାହାକି ୪୫୦ କୋଟି ଟଙ୍କା ବିନିମୟରେ ୨ବର୍ଷରେ ସମ୍ପୂର୍ଣ୍ଣ କରିବାକୁ ୱଟକୋକୁ ଦାୟିତ୍ୱ ଦିଆଯାଇଥିଲା । ସିଏମସି ଏହି କାର୍ଯ୍ୟର ତଦାରଖ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାଥିଲା କଟକ ପାଇଁ ଏକ ଐତିହାସିକ ନିଷ୍ପତି । ମହାନଗର ନିଗମ ପକ୍ଷରୁ ଆଇଆଇଟି ଖଡ଼ଗପୁରର ଏକ ସ୍ୱତନ୍ତ୍ର ଟିମ ପ୍ରଥମ ଦଫାରେ ଏହାର ଅନୁସନ୍ଧାନ କରି ଫେରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ