ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ

ମହାନଦୀ ବ୍ୟାରେଜ ଠାରୁ ଜଗତପୁର ଗୟାନା ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ସହରତ ତଥା ଉପକଣ୍ଠ ଅଞ୍ଚଳର ରାସ୍ତାକଡ଼ରେ ଥିବା ଦୋକାନବଜାର ଗୁଡ଼ିକୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ କିଛି ଲୋକେ ସମର୍ଥନ କରୁଥିବାବେଳେ ଅନେକ ନିନ୍ଦା କରିଛନ୍ତି । ପ୍ରଶାସନ ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ଛୋଟ ଛୋଟ ଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବିକା ଭାଙ୍ଗି ଦେଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଯେଉଁ କଟକ ସହରକୁ ଏକ ବିଶ୍ୱସ୍ତରୀୟ ସହର କରିବା ପାଇଁ ସରକାର ଯୋଜନା କରୁଛନ୍ତି ସେଠାରେ ଜନସାଧାରଣ ଜୀବିକା ହରାଇବା ପରେ ପେଟ ବିକଳରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡ଼ିତ ରହିବାର ଆଶଙ୍କା ରହିଛି । ତେଣୁ କେବଳ ପ୍ରକଳ୍ପ ଦ୍ୱାରା ବିକାଶ କଲେ ଚଳିବ ନାହିଁ ପାରିପାଶ୍ୱିର୍କ ଜନସାଧାରଣଙ୍କ ମଧ୍ୟ ସାମାଜିକ ଓ ଆର୍ଥିକ ବିକାଶର ଆବଶ୍ୟକତା ରହିଛି ବୋଲି ସହରର ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି । ତେଣୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବା ଭଳି ଛୋଟଛୋଟ ବ୍ୟବସାୟୀମାନଙ୍କୁ ମଧ୍ୟ ଥଇଥାନ କରିବା ଜରୁରୀ ବୋଲି କୁହାଯାଉଛି । ଏହି ଉଚ୍ଛେଦ ଯୋଗୁଁ ବହୁ ବେକାର ଯୁବକ ଯୁବତୀ ଜୀବିକା ହରାଇଥିବାବେଳେ କାମ ଧନ୍ଦା ଖୋଜୁଛନ୍ତି । ତେବେ ରୋଜଗାରର ବିକଳ୍ପ ନପାଇଲେ ଭବିଷ୍ୟତରେ ସଂଗୀନ ଅବସ୍ଥା ସୃଷ୍ଟିହେବାର ସମ୍ଭାବନା ରହିଛି । ତେଣୁ ଏ ଦିଗରେ ମଧ୍ୟ ପ୍ରଶାସନ ଦୃଷ୍ଟି ରଖିବା ଜରୁରୀ ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି । ଆଜି ସିଏମସି ଅନ୍ତର୍ଗତ ଜଗତପୁର ମହାନଦୀ ବ୍ୟାରେଜ ଛକ ଠାରୁ ଗୟାନା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବା ନିମନ୍ତେ ରାସ୍ତା କଡରେ ଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଦୋକାନ ୨ ଗୋଟି ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ସେହିଭଳି ଗତ ଜୁଲାଇ ୨୧ତାରିଖରେ ଗୋଲେଇ ଛକ ଠାରୁ ଗୟାନା ଛକ ପର୍ଯ୍ୟନ୍ତ ୩ ଗୋଟି ବଜାରର ପ୍ରାୟ ୧ଶହରୁ ଉର୍ଦ୍ଧ ଦୋକାନ ଭାଙ୍ଗି ଦିଆଯାଇଥିଲା । ତେବେ ଯେଉଁ ଦୋକାନକୁ ଭରସା କରି ନିଜର ପରିବାର ପ୍ରତି ପୋଷଣ କରୁଥିଲେ ତାହା ଏବେ ମାଟିରେ ମିଶି ଧୂଳିସାତ ହୋଇଯାଇଛି । ଶହଶହ ପରିବାର ଆଜି ଜୀବିକା ହରାଇଛନ୍ତି । ତେଣୁ ସେମାନଙ୍କୁ କିଛି କ୍ଷତି ପୂରଣ ଓ ଅନ୍ୟତ୍ର ଦୋକାନ ନିର୍ମାଣ କରିବାକୁ ଆର୍ଥିକ ସହାୟତା ଦେବା ପାଇଁ ବଜାର କମିଟି ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଇଛି । ଏହି ଉଚ୍ଛେଦ ଅଭିଯାନରେ ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର, ଏସିପି ଶୁଭ ନାରାୟଣ ମୁଦୁଲିଙ୍କ ସହ ବିଦ୍ୟୁତ ବିଭାଗ ଓ ପୁଲିସ ଟିମ ନିୟୋଜିତ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ