ମଧୁପାଟଣା ଛକରେ ବସ ଦୁର୍ଘଟଣା: ୧ ମୃତ

ମଧୁପାଟଣା ଛକରେ ବସ ଦୁର୍ଘଟଣା: ୧ ମୃତ

ମଧୁପାଟଣା ଛକରେ ବସ ଦୁର୍ଘଟଣା: ୧ ମୃତ


କଟକ(ଏନ୍‌.ଏମ୍‌.): ପୂର୍ବାହ୍ନ ସମୟରେ ସ୍ଥାନୀୟ ମଧୁପାଟଣା ଟ୍ରାଫିକ ପୋଷ୍ଟ ନିକଟରେ ଏକ ବସ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ପରେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆସାମ ସୋଲରୁ ଆସ୍କା ଅଭିମୁଖେ ଯାତ୍ରୀଙ୍କୁ ନେଇ ବାହାରିଥିବା ଓଡି୦୫ବିଡି୭୧୬୫ ନମ୍ବର ବିଶିଷ୍ଟ ଡଲପିନ ନାମକ ଏକ ଘରୋଇ ବସ ଜଣେ ମୋପେଡ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ମଧୁପାଟଣା ଟ୍ରାଫିକ ପୋଷ୍ଟ ସମ୍ମାନରେ ଦୁର୍ଘଟଣା ଘଟି ଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ସ୍ଥାନୀୟ ନେତାଜୀ ନଗର ବାସିନ୍ଦା ପ୍ରଦୀପ ଓଝା (୫୫)ସକାଳ ସମୟରେ ଓଆର୦୫ୱାଇ୧୭୫୦ ନମ୍ବର ବିଶିଷ୍ଟ ମୋପେଡରେ ଆସୁଥିବା ସମୟରେ ସମ୍ମୁଖରେ ବସ ଧକ୍କା ଦେଇଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ଲୋକଟିର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାଫିକକୁ ଲୋକେ ଦାୟୀ କରିଥିଲେ । ଏଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀମାନେ ଫାଇନ ଆଦାୟ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାହାବାହା ନେବାକୁ ଏକ ରକମର ପ୍ରତିଯୋଗିତା ଚଲାଇଥିବାବେଳେ ଆଉ କିଛି କର୍ମଚାରୀ ନିଜ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି; ଯାନବାହନ ଚଳାଚଳ କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱକୁ ଭୁଲି ଯାଉଛନ୍ତି । ତେବେ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ପ୍ରତି ଅବହେଳା କରୁଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି । ତେଣୁ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଦୁର୍ଘଟଣାମୁକ୍ତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ