ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା

ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା

ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା


ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ଚାଲିଛି ନିର୍ବାଚନୀ ଋତୁ ଗାଁ ଠୁ ସହର ଚାରିଆଡ଼େ କେବଳ ରାଜନୈତିକ ଚର୍ଚ୍ଚା ଓ ଆଲୋଚନା । କିଏ ହାତେଇବେ ଆସନ ଆଉ ଜନତା କାହାକୁ ବାଚିବେ ତାଙ୍କର ନେତା । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଚି ସାଧାରଣ ଜନତାଙ୍କ ମନରେ । ତେବେ ପ୍ରତ୍ୟେକ ଦଳର ପାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ଧରି ଗାଁ ଠୁ ସହର, ସାହିରୁ ବସ୍ତି ଲାଗିପଡିଛନ୍ତି ନିଜର ପ୍ରଚାରରେ । ସେହିଭଳି ଆଜି ସ୍ଥାନୀୟ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର କୟଳପଡ଼ା ପଞ୍ଚାୟତରେ ବିଜେପି ପାର୍ଥୀ ନୟନକିଶୋର ମହାନ୍ତିଙ୍କ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏବଂ ମଣ୍ଡଳ ସଭାପତି ଅଜିତ ସୁବୁଦ୍ଧିରାୟଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା କରି ସମସ୍ତ ସାହି ଓ ଗ୍ରାମ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ୫ଶହରୁ ଉର୍ଦ୍ଧ୍ୱ ସମର୍ଥକ ଅଂଶ ଗ୍ରହଣ କରିଥିଲେ । ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ସହ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ଦଳର ବିଭିନ୍ନ ଦୁର୍ନୀତି ଉପରେ ବିଜେପି ନେତାମାନେ ବର୍ଷିଥିବାବେଳେ ଏଥର ବିଜେପି ସରକାର ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ପଞ୍ଚାୟତରେ ଏଭଳି ବିଶାଳ ରାଲିକୁ ମଧ୍ୟ ସମର୍ଥକ ମାନେ ପୂର୍ଣ୍ଣ ସହଯୋଗ କରି ଡବଲ ଇଞ୍ଜିନ ସରକାରର ନାରା ଦେଇ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରାଣୀପାଟଣା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ବରାଳ, ଦିପ୍ତିରଞ୍ଜନ ବେଉରା, ଜୟଦେବ ମହାନ୍ତି, ଦୀପକ ବେହେରା, ନବକିଶୋର ପୃଷ୍ଟି, ବିଶ୍ୱଜିତ୍ ଲେଙ୍କା, ଜ୍ଞାନରଞ୍ଜନ ମହାନ୍ତି, କେଶବ ପ୍ରଧାନ, ପ୍ରକାଶ ମଲ୍ଲିକ, ଅଜୟ କୁମାର ବେହେରା, ଗଙ୍ଗାଧର ମଲ୍ଲ, ହରିହର ପାତ୍ର, ମହେଶ୍ୱର ସ୍ୱାଇଁଙ୍କ ସମେତ ଅନେକ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ