ବସ ଦୁର୍ଘଟଣାରେ ଆହତଙ୍କୁ ଭେଟି ଚିକିତ୍ସା ଅନୁଧ୍ୟାନ କଲେ କଟକ ମେୟର

ବସ ଦୁର୍ଘଟଣାରେ ଆହତଙ୍କୁ ଭେଟି ଚିକିତ୍ସା ଅନୁଧ୍ୟାନ କଲେ କଟକ ମେୟର

ବସ ଦୁର୍ଘଟଣାରେ ଆହତଙ୍କୁ ଭେଟି ଚିକିତ୍ସା ଅନୁଧ୍ୟାନ କଲେ କଟକ ମେୟର


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଗୋପାଳପୁର ଛକ ନିକଟରେ ଏକ ଟ୍ରକ ସହ ମୋ ବସ ମଧ୍ୟରେ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଆହତଙ୍କୁ କଟକ ମେୟର ସୁବାସ ସିଂହ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ ସମସ୍ତ ୧୬ ଜଣ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଆଶୁ ଚିକିଛା ପରେ ନିଜ ଘରକୁ ଚାଲିଯାଇଥିଲା ବେଳେ, ବାକି ୧୪ ଜଣ ଆହତ ବ୍ୟକ୍ତି ଏବେ ସୁଧା ଚିକିଛିତ ହେଉଛନ୍ତି ଏବଂ ସେମାଙ୍କ ମଧ୍ୟ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଚିକିଛିତ ହେଉଛନ୍ତି । ଏ ସମ୍ପର୍କରେ ମେୟର ଶ୍ରୀ ସିଂହ ମଧ୍ୟ ଏସ୍‌ସିବି ଅଧୀକ୍ଷକଙ୍କ ସହିତ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମେୟର କହିଛନ୍ତି ଯେ, ସମସ୍ତ ଡାକ୍ତରଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ । ଏଭଳି ବିପଦକୁ ସମସ୍ତଙ୍କ ସହଯୋଗରେ ମୁକାବିଲା କରିପାରିଥିବାରୁ ଶ୍ରୀ ସିଂହ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମେୟର ଶ୍ରୀ ସିଂହଙ୍କ ସହିତ ଦାୟିତ୍ୱରେ ଥିବା ଡାକ୍ତର ଟିମ, ଏସ.ସି.ବି ମେଡିକାଲର କର୍ମଚାରୀ, କର୍ପୋରେଟର ପ୍ରଦୀପ ସାହୁ, ସମାଜସେବୀ ଦେବେନ୍ଦ୍ର ପାଣିଗ୍ରାହୀ, ଓଡିଶା କେଟରିଂ ସଂଘ ସଭାପତି ବିନୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ