ବଟି ନ ଦେବାରୁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିମାଡ଼

ବଟି ନ ଦେବାରୁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିମାଡ଼

ବଟି ନ ଦେବାରୁ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିମାଡ଼


#ଆଠଗଡ଼(ଏନ୍‌.ଏମ୍‌.): ଦାଦା ବଟିକୁ କେନ୍ଦ୍ର କରି ଗୁଳିମାଡ଼ ଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ । ବଟି ନ ଦେବାରୁ ଟ୍ରାକ୍ଟର ଟ୍ରାଇଭରଙ୍କୁ ଗୁଳିମାଡ଼ । ରାସ୍ତା କଡ଼ରେ ମାଟି ପକାଉଥିବା ବେଳେ ଟ୍ରାକ୍ଟର ଡ୍ରାଇଭରଙ୍କୁ କିଛି ଯୁବକ ବଟି ମାଗି ଥିଲେ । ସେ ବଟି ନଦେବାରୁ ସେମାନଙ୍କ ମଧ୍ୟରୁ ଜଣେ ଗୁଳି ମାଡ଼ କରିଥିଲେ । ଆଠଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ଏପରି ଘଟଣା ଘଟିଛି । ଅଭିଯୁକ୍ତ ଓ ପୀଡ଼ିତ ମହିଧରପୁର ଗାଁର । ଆଜି ଅପରାହ୍ନ ୫ଟାରେ ମହିଧରପୁର ଗାଁର ବିଶ୍ୱଜିତ ପଲେଇ ଟ୍ରାକ୍ଟର ନେଇ ଯାଉଥିଲେ । ସେ ରାସ୍ତା କଡ଼ରେ ଏହାକୁ ରଖିବା ସହ ସେଠାରେ ମାଟି ପକାଉଥିଲେ । ଏତିକି ବେଳେ ସେହି ଗାଁର ଦିଲୁ ପଳେଇଙ୍କ ସମେତ ୩ରୁ ୪ ଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ବଟି ଦେବାକୁ କହିଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ଯୁବକମାନେ ବିଶ୍ୱଜିତଙ୍କୁ ମାଡ଼ ମାରିଥିଲେ । ଏହାପରେ ଜଣେ ଯୁବକ ହଠାତ୍ ବିଶ୍ୱଜିତଙ୍କ ଉପରକୁ ଗୁଳି କରି ଫେରାର ହୋଇ ଯାଇଥିଲେ । ବିଶ୍ୱଜିତଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲକୁ ଅଣା ଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିଶ୍ୱଜିତଙ୍କ ପେଟରେ ଗୁଳି ବାଜି ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି । ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ