ପୁଣି ଲେଉଟିଲା କୋଭିଡ୍‌: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବି.ଏଫ.୭ ଚିହ୍ନଟ!

ପୁଣି ଲେଉଟିଲା କୋଭିଡ୍‌: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବି.ଏଫ.୭ ଚିହ୍ନଟ!

ପୁଣି ଲେଉଟିଲା କୋଭିଡ୍‌: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବି.ଏଫ.୭ ଚିହ୍ନଟ!
ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଣି ଲେଉଟାଣି ନେଇଛି କୋଭିଡ । କୋଭିଡର ନୂଆ ଭାରିଏଣ୍ଟ ବି.ଏଫ. ୭ ଏବେ ଭାରତରେ ଦେଖିବାକୁ ମିଳିଛି । ଯାହା ଦ୍ୱାରା ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢ଼ି ଯାଇଛି । ଦେଶର ଗୁଜୁରାଟରେ ୨ଜଣ ଏବଂ ଓଡ଼ିଶାରେ ଜଣେ ବିଏଫ୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭିଡର ଓମିକ୍ରନ୍ ଭାରିଏଣ୍ଟ ବି.ଏଫ.୭ ଓଡ଼ିଶାରେ ଚିହ୍ନଟ ହୋଇଛି । ରିପୋର୍ଟ ଅନୁସାରେ ନୂଆ ଭାରିଏଣ୍ଟ ଅକ୍ଟୋବରରେ ଚିହ୍ନଟ ହୋଇଥିଲା । ସଂପ୍ରତି ବିଏଫ.୭ ଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି । ବିଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଭାରତ ସରକାର ତତ୍ପର ହୋଇଛନ୍ତି । ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି । ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାସହ ଏଥିରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ନୂଆ ଭେରିଏଣ୍ଟ ଉପରେ ଆଲୋଚନା କରିଥିଲେ । ବୈଠକ ପରେ ମନ୍ତ୍ରୀ ମାଣ୍ଡଭୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ଯାଇନି । ଆଲର୍ଟ ରହିବାକୁ ପଡ଼ିବ । ସର୍ଭେଲାନ୍ସ ସୁଦୃଢ଼ ସହ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ସେ ମଧ୍ୟ କୋଭିଡ୍ ଟିକା ନେଇଯିବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।
ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଏବଂ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟର ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ପଣ୍ଡିତ ଲେଖିଥିବା ଚିଠିରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିକୁ ନେଇ ସତର୍କ କରାଇ ଦର୍ଶାଇଛନ୍ତି ଯେ, କୋଭିଡ୍ -୧୯ ପରିସ୍ଥିତି ପୁଣିଥରେ ଚୀନ, ଜାପାନ, ଆମେରିକା, ବ୍ରାଜିଲ ଓ କୋରିଆରେ କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତବର୍ଷ ଜୁନ୍ ମାସରେ ଜାରି ହୋଇଥିବା ସଂଶୋଧିତ ସର୍ବେକ୍ଷଣ ନୀତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହାବାଦ୍ ଫାଇଭ-ଟି ଯଥା ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, ଟୀକାକରଣ ଓ କଣ୍ଟାକ୍ଟ ଟ୍ରେସିଂ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁ ନମୂନା ପଜେଟିଭ ଚିହ୍ନଟ ହେବ ତାକୁ ନିକଟସ୍ଥ ଆଇଏନଏସଏସିଓଜି ଲାବ୍ରୋଟୋରୀ କିମ୍ବା ଭୁବନେଶ୍ୱରଠାରେ ଥିବା ଆରଏମଆରସି ଅବା ଆଇଏଲଏସକୁ ପଠାଇବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ତୁରନ୍ତ କ୍ଲଷ୍ଟର କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ମଧ୍ୟ ଶ୍ରୀମତୀ ପଣ୍ଡିତ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ