ପୁଣି ଆଇଏଏସ ଓ ଆଇପିଏସସ୍ତରରେ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ପୁଣି ଆଇଏଏସ ଓ ଆଇପିଏସସ୍ତରରେ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ପୁଣି ଆଇଏଏସ ଓ ଆଇପିଏସସ୍ତରରେ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଥିବାବେଳେ ଏହାକୁ ଅବାଧ, ଶୃଙ୍ଖଳିତ, ସ୍ୱଚ୍ଛତା ଏବଂ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର କିଛି ଆଇଏଏସ ଓ ଆଇପିଏସସ୍ତରରେ ଅଦଳ ବଦଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱରେ ଥିବା ଆଇଏଏସ ଅଧିକାରୀ ଭିନିଥ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ଆଇଏଏସ ଅଧିକାରୀ ପାରୁଲ ପଟୱାରୀଙ୍କୁ ନିର୍ବାଚନ ଦାୟିତ୍ୱ ନଥିବା ସ୍ଥାନକୁ ବଦଳି କରିବାକୁ ପାଇଁ ନିର୍ଦ୍ଦେଶ ଆସିଥିବାବେଳେ ଆଇପିଏସ ଅଧିକାରୀ ତଥା ଅନୁଗୋଳ ଏସପି ସୁଧାଂଶୁ ଶେଖର ମିଶ୍ର, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ., ଖୋର୍ଦ୍ଧା ଏସପି ବି. ଯୁଗଳକିଶୋର ବନ୍ତୋ, ରାଉରକେଲ ଏସପି ମିତ୍ରଭାନୁ ମହାପାତ୍ର, ଆଇପିଏସ ଅଧିକାରୀ ଡକ୍ଟର କନୱର ବିଶାଳ ସିଂହଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ତୁରନ୍ତ ବଦଳି କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ