ପିକ୍ ଟାଇମରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ: ଏସଆରସି

ପିକ୍ ଟାଇମରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ: ଏସଆରସି

ପିକ୍ ଟାଇମରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ: ଏସଆରସି


#ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରୀଷ୍ମପ୍ରବାହ ସମୟରେ ସବୁଠୁ ସତର୍କ ରହିବାର ସମୟ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା । ଏହାକୁ ପିକ୍ ସମୟ ବୋଲି କୁହାଯାଇଛି । ଏହି ସମୟ ଭିତରେ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା । ଏନେଇ ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା । ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି । ତାହା ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ମେ ମାସରେ ରାତିରେ ରହୁଛି ଅଧିକ ଗରମ । ସିଭିୟର ଗରମ ରାତି ରହିବା ଫଳରେ ଶୋଇଲେ ବି ଶରୀର ବିଶ୍ରାମ ନେଉନି । ରାତିରେ ଗରମ ଅଧିକ ରହିଲେ ଲୋକଙ୍କ ପାଇଁ ବିପଦ । ବିନା ଏସିରେ ରାତିରେ ଘର ଭିତରେ ରହିଲେ ବି ବିପଦ । ଏଣେ ଆସନ୍ତାକାଲି ଠୁ ତାପମାତ୍ରା ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ନିମ୍ନଚାପ ରେଖା ହେତୁ କାଲି ଠାରୁ ଧୀରେ ଧୀରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ଦିନ ଅଧିକ ସତର୍କ ରହିବାକୁ କୁହାଯାଇଛି । ସକାଳ ସୁଦ୍ଧା ଚାନ୍ଦବାଲି ରେ ୯୧% ଆର୍ଦ୍ରତା ରହିଥିବା ବେଳେ, ବାଲେଶ୍ୱରରେ ୯୧%,ପାରାଦୀପରେ ୮୪, କେଉଁଝରରେ ୭୩, ଭୁବନେଶ୍ୱରରେ ୭୮% ଆର୍ଦ୍ରତା ରହିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ