ଦଳିତ ପରିବାରକୁ ବିଦ୍ୟୁତ ବିଛିନ୍ନ ପ୍ରତିବାଦରେ ଆମ୍ବେଦକର ସ୍ମୃତି ପରିଷଦର ବିକ୍ଷୋଭ

ଦଳିତ ପରିବାରକୁ ବିଦ୍ୟୁତ ବିଛିନ୍ନ ପ୍ରତିବାଦରେ ଆମ୍ବେଦକର ସ୍ମୃତି ପରିଷଦର ବିକ୍ଷୋଭ

ଦଳିତ ପରିବାରକୁ ବିଦ୍ୟୁତ ବିଛିନ୍ନ ପ୍ରତିବାଦରେ ଆମ୍ବେଦକର ସ୍ମୃତି ପରିଷଦର ବିକ୍ଷୋଭ


କଟକ(ଏନ୍‌.ଏମ୍‌.): ଦଳିତ ପରିବାର ପ୍ରତି ବିଦ୍ୟୁତ ବିଭାଗର ନାଲିଆଖି ତଥା ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ସମୟ ଧରି ପରିଷଦର କର୍ମକର୍ତ୍ତା ଓ ଉପଭୋକ୍ତାମାନେ ଧାରଣାରେ ବସିବା ପରେ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ବାଦାମବାଡି ଥାନା ଅନ୍ତର୍ଗତ ଓ ସିଏମସି ୩୭ ୱାର୍ଡ ଅଧିନ ବିଶିନାବର ଜେନା ସାହିରେ ୨୫ ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ବସବାସ କରିଆସୁଥିବା ବୁଲୁ ସାମଲଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଘରୁ ହଠାତ ବିଦ୍ୟୁତ୍ ବିଭାଗ ବିଭିନ୍ନ ଆଳ ଦେଖାଇ ଜୋର ଜବରଦସ୍ତ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେବା ଦ୍ୱାରା ୧୫ ଦିନରୁ ଉର୍ଦ୍ଧ୍ୱ ଦିନ ଧରି ଉକ୍ତ ପରିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସମୟରେ ଦିନରାତି ଡହଳବିକଳ ଓ ଛଟପଟ ହେବା ସହିତ ପିଲାମାନଙ୍କ ପାଠପଢାରେ ବାଧାପ୍ରାପ୍ତ ହେଉଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରଥମେ ହିତାଧିକାରୀ ବୁଲୁ ସାମଲଙ୍କ ପରିବାରକୁ ବକେୟା ରାଶିରୁ କିଛି ଟଙ୍କା ଜମା କରିବାକୁ ଏବଂ ଘରର ଓୟାରିଂ ଲାଇସେନ୍ସ ଦାଖଲ କରିବାକୁ କୁହାଗଲା ତାହା ପୁଣି ବିନା ନୋଟିସରେ । ତାହାକୁ ପାଳନ କରି ବୁଲୁଙ୍କ ପରିବାର ପକ୍ଷରୁ ଧାର କରଜ କରି ୧୦ହଜାର ଟଙ୍କା ବିଦ୍ୟୁତ୍ କାର୍ଯ୍ୟାଳୟରେ ଜମା କରିବା ସହିତ ଓୟାରିଂ ଲାଇସେନ୍ସ ଦେଇଥିଲେ । ମାତ୍ର ଆଜକୁ ୨୦ ଦିନରୁ ଉର୍ଦ୍ଧ୍ୱ ହେବ ଦୋଳମୁଣ୍ଡାଇ ଓ ବାଦାମବାଡି ବିଦ୍ୟୁତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି । ସମ୍ପ୍ରତି ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବୁଲୁଙ୍କ ପରିବାର ଉପରେ ଭିନ୍ନ ଉଦ୍ଦେଶ୍ୟ ରଖି ଛତ୍ରବଜାର ବଳଭଦ୍ରପୁର ଅଞ୍ଚଳର କିଛି କୁଚକ୍ରୀ ଗୋଷ୍ଠୀ ବିଦ୍ୟୁତ ଅଧିକାରୀ, ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏସ.ଡି.ଓ, ସୁପରିଟେଣ୍ଡଣ୍ଟ ଓ କର୍ମଚାରୀମାନଙ୍କୁ ମିଥ୍ୟା, ବିଭ୍ରାନ୍ତିକର ତଥ୍ୟ ଦେଇ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି । ତେବେ ଏହାର ପ୍ରତିବାଦରେ ଆଜି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀ, କାର୍ଯ୍ୟନିର୍ବାହୀଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ସାକ୍ଷାତ କରି ଘଟଣାର ବିଦ୍ଧିବଦ୍ଧ ଆଲୋଚନା କରିଥିଲେ । ପରିଷଦର ଅଭିଯୋଗକୁ ଗ୍ରହଣ କରି ଶ୍ରୀ ମହାନ୍ତି, ବୁଲୁ ସାମଳଙ୍କୁ ଏକ ଲିଖିତ ଦରଖାସ୍ତ ଦେବାକୁ କହିବା ସହିତ ଦଳିତ ପରିବାରଙ୍କୁ ତୁରନ୍ତ ବିଦ୍ୟୁତୁ ସଂଯୋଗ ନିମନ୍ତେ ଏସ.ଡି.ଓଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରଖାଯାଇଥିଲା । ଏହି ଧାରଣାରେ ବୁଲୁ ସାମଲ, ରୀତାଞ୍ଜଳି ମଲ୍ଲିକ, ରୀନା ସାମଲ, ଚପଳା ସାମଲ, ରଞ୍ଜୁ ଜେନା, ରଶ୍ମିତା ଦାସ, ଅନୁଶୟା ଦାସ, ସତ୍ୟଭାମ ସାମଲ, ଉତ୍ତମ ଜେନା, ଚନ୍ଦନ ଜେନା, ରାଜେଶ ସାମଲ, ମିଟୁନା ସାମଲ ଦେବେନ୍ଦ୍ର ଜେନା, ବିଚିତ୍ର ଜେନା, ଉମା ଜେନା, ମୁନି ଜେନା, ଓ ବିଶ୍ୱଜ୍ଜିତ ଜେନାଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ