ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ “ଭାଗ୍ୟରେଖା” ଏବେ ଏକ ନୂଆ ସମୟରେ

ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ “ଭାଗ୍ୟରେଖା” ଏବେ ଏକ ନୂଆ ସମୟରେ

ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ “ଭାଗ୍ୟରେଖା” ଏବେ ଏକ ନୂଆ ସମୟରେ
ପ୍ରତ୍ୟେକ ସୋମବାର ରୁ ଶନିବାର ରାତି ୯ଟାରେ


କଟକ (ଏନ୍‌.ଏମ୍‌.): ଜୀ ସାର୍ଥକ ତା’ର ଅଗଣିତ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ କାହାଣୀ ଉପହାର ଦେବା ଅବ୍ୟାହତ ଜାରି ରଖିଛି । ନାରୀ ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀକୁ ତୀକ୍ଷ୍ଣ ନଜର ରଖିବା ସହିତ ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଇ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ଧାରାବାହିକ । ସେଇ ପରିପ୍ରେକ୍ଷୀରେ ଜୀ ସାର୍ଥକ ପ୍ରସ୍ତୁତ ନୂଆ ଧାରାବାହିକ “ଭାଗ୍ୟ ରେଖା’ ଏବେ ଏକ ନୂଆ ସମୟରେ ପ୍ରତ୍ୟେକ ସୋମବାର ରୁ ଶନିବାର ରାତି ୯ ରୁ ଜୀ ସାର୍ଥକରେ ପ୍ରସାରିତ ହେବ । ପରିବାର, ପ୍ରେମ ଏବଂ ପୁନର୍ମିଳନର ଏକ ହୃଦୟସ୍ପର୍ଶୀ କାହାଣୀ “ଭାଗ୍ୟରେଖା’ । ଦୀର୍ଘ ଦିନରୁ ମାଆଙ୍କ ଠାରୁ ଦୂରେଇଥିବା ରେଖା ଏବଂ ଶିଖା ଦୁଇ ଭଉଣୀ ସେମାନଙ୍କର ମାଆଙ୍କ ସହ ମିଶିବାକୁ ଏକ ପ୍ରୟାସ କରୁଛନ୍ତି । ଏଥିରେ କ’ଣ ସେମାନେ ସଫଳ ହେଉଛନ୍ତି ନା ଅଧିକରୁ ଅଧିକ ପ୍ରତିବନ୍ଧର ସାମ୍ନା କରୁଛନ୍ତି? ଏହି ସମୟରେ, ରେଖା ଅପ୍ରତ୍ୟାଶିତ ଭାବରେ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଭାଗ୍ୟଙ୍କ ସହ ଦେଖା ହୁଏ ଏବଂ ସେମାନଙ୍କ ଜୀବନର ନାଟକରେ ଆଉ ଏକସ୍ତର ଯୋଡ଼ି ହୋଇଯାଏ । ଭାଗ୍ୟ ଯିଏକି ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ସୀତାଙ୍କ ଅତୀତ ଏବଂ ରେଖା ଆଶ୍ରୟ ନେଇଥିବା ଆଶ୍ରମ ସହ ଜଡ଼ିତ ଥିଲେ ବୋଲି ଜଣା ପଡିଲା ପରେ ତା’ପରେ କାହାଣୀରେ ଘଟେ ଟ୍ୱିଷ୍ଟ । ରେଖା ଚରିତ୍ରରେ ଅଭିନୟ କରୁଥିବା ଚୁଲବୁଲି ନାୟିକା ସୁମନ ପଟ୍ଟନାୟକ ଜଣେ ଆୟୁର୍ବେଦିକ ଡାକ୍ତର ଭୂମିକାରେ ଆସୁଛନ୍ତି । ରେଖା ଏମିତି ଜଣେ ଝିଅ ଯିଏ ସବୁ ପରିସ୍ଥିତିକୁ ହସି ହସି ସାମ୍ନା କରୁଛି । ସେ ତାର ଆଶା ଆଉ ଆକାଂକ୍ଷାକୁ ନିଜର ଶକ୍ତି ବୋଲି ବୁଝିଥାଏ । ହେଲେ ଗୋଟେ ପଟେ ତା ଭାଗ୍ୟରେଖାରେ କଣ ଅଛି ସେ ଜାଣି ନାହିଁ । ଅନ୍ୟପଟେ ଜୀବନର ଏଇ ଦୋଛକିରେ ଯେତେବେଳେ ରେଖାର ଭାଗ୍ୟ ସହ ଦେଖା ହେବ, କେଉଁଆଡେ ଟାଣିନେବ ତା ଭାଗ୍ୟରେଖା । ଏହାକୁ ନେଇ ଜୀ ସାର୍ଥକ ପ୍ରସ୍ତୁତ ଆପଣଙ୍କର ନୂଆ ମେଗା ଧାରାବାହିକ “ଭାଗ୍ୟରେଖା’ ପ୍ରଯୋଜକ ବିଜୟ ବାରିକଙ୍କ ସାନଭି ପ୍ରଡ଼କସନ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ରେଖା ଭୂମିକାରେ ଚୁଲବୁଲି ନାୟିକା ସୁମନ ଏବଂ ନାୟକ ଭାଗ୍ୟ ଚରିତ୍ରରେ ଜୟଜିତ ଅଭିନୟ କରୁଛନ୍ତି । ଅନ୍ୟାନ୍ୟ ଭୂମିକାରେ ଦର୍ଶକଙ୍କର ଅଧିକ ପସନ୍ଦିତ କଳାକାରମାନେ ନଜର ଆସିବେ । ଜୀ ସାର୍ଥକର ଏହି ନୂଆ ମେଗା ଧାରାବାହିକ “ଭାଗ୍ୟ ରେଖା’ ସମସ୍ତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ