ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ

ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ

ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଇଥାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ପ୍ରଥମେ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ବିଦ୍ଧିବଦ୍ଧ ଭାବେ ଲାଗୁ କରା ଯାଇଥିଲା । କିନ୍ତୁ ନଭେମ୍ବର ୨୬ରେ ଏହାକୁ ଦେଶ ସ୍ୱୀକାର କରି ଥିବାରୁ ପ୍ରତିବର୍ଷ ନଭେମ୍ବର ୨୬ରେ ହିଁ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଏ । ଏହି ଉପଲକ୍ଷେ ଆଜି ଚୌଦ୍ୱାର କଲେଜ ପରିସରରେ ସମ୍ବିଧାନ ଦିବସ ପାଳନ କରାଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ରାଜନୀତି ବିଜ୍ଞାନ ବିଭାଗର ସହଯୋଗ କ୍ରମେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି । ଯାହା ସମସ୍ତଙ୍କ ଆଗ୍ରହ ଏବଂ ଆବଶ୍ୟକତାକୁ ପୁରଣ କରିବାରେ ସୁନିଶ୍ଚିତ କରିଥାଏ । ଭାରତ ଏକ ବିବିଧତାର ଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ନ୍ୟାୟ, ଅନ୍ୟାୟ, ଧର୍ମ ଓ ଭିନ୍ନ ଭିନ୍ନ ବିଚାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିପାରିଛି ବୋଲି ବିଶିଷ୍ଟ ରାଜନୀତି ବିଜ୍ଞାନୀ ଡକ୍ଟର ଉମେଶଚନ୍ଦ୍ର ଦେବତା ନିଜ ବକ୍ତବ୍ୟରେ କହିଥିଲେ । କଲେଜର ରାଜନୀତି ବିଜ୍ଞାନର ମୂଖ୍ୟ ଅଧ୍ୟାପକ ଯୁକ୍ତେଶ୍ୱର ଦାସ କହିଥିଲେ କି ଯେ ସମ୍ବିଧାନର ଇତିହାସ ଏବଂ ମହତ୍ତ୍ୱ କଥା ଯଦି କହିବା ତା ହେଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କ କଥା ଆସିବ । ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ଓ ସମ୍ବିଧାନର ପ୍ରଣେତା ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଭାରତର ସମ୍ବିଧାନ ଲେଖିବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେୱାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ୱାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ ବୋଲି କହିଥିଲେ । ଯାହାର ସୁଫଳ ଆମେ ଏବେ ଅନୁଭବ କରୁଛୁ । ଆମକୁ ଉତ୍ତମ ଶାସନ ବ୍ୟବସ୍ଥାରେ ସମ୍ବିଧାନ ହିଁ ବାନ୍ଧିପାରିଛି । ଦେଶରେ ସୁଶାସନ ପାଇଁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ ବୋଲି ଅନ୍ୟତମ ବକ୍ତା କଲେଜର ପ୍ରଶାସନିକ ମୂଖ୍ୟ ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ, ଅନ୍ୟତମ ଅଧ୍ୟାପକ ସୁମନ୍ତ କୁମାର ସାହୁ ପ୍ରମୁଖ କହିଥିଲେ । କଲେଜର ଛାତ୍ରଛାତ୍ରୀଙ୍କ ଗହଣରେ ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ କର୍ମଚାରୀମାନେ ସଭାରେ ଉପସ୍ଥିତ ରହି ସମ୍ବିଧାନ ଦିବସଟିକୁ ମହା ଉତ୍ସାହର ସହ ପାଳନ କରିବା ସହିତ ସମ୍ବିଧାନକୁ ମାନି ଶୃଙ୍ଖଳିତ ଜୀବନ ନିର୍ବାହ କରିବେ ବୋଲି ଶପଥ ନେଇଥିଲେ । ଅଧ୍ୟାପକ ସୁମନ୍ତ କୁମାର ସାହୁ ସମୁହ ଶପଥପାଠ କରାଇଥିବା ବେଳେ ବରିଷ୍ଠ ଅଧ୍ୟାପକ ଯୁକ୍ତେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି