ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ସୌଭିକଙ୍କ ବିଶାଳ ବାଇକ ଶୋଭାଯାତ୍ରା

ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ସୌଭିକଙ୍କ ବିଶାଳ ବାଇକ ଶୋଭାଯାତ୍ରା

ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ସୌଭିକଙ୍କ ବିଶାଳ ବାଇକ ଶୋଭାଯାତ୍ରା


#ଚୌଦ୍ୱାର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ଏବେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ସହିତ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର ଏବେ ଜୋରଦାର ହୋଇଛି । ତେବେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡି ପ୍ରଚାରରେ ଅଧିକ ସରଗରମ ଦେଖିବାକୁ ମିଳିଛି । ଏଠାରେ ଗତ ନିର୍ବାଚନରେ ପ୍ରଥମ କରି ସୌଭିକ ବିଶ୍ୱାଳ ନିର୍ବାଚିତ ହୋଇଥିବାବେଳେ ଏଥର ମଧ୍ୟ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୌଭିକଙ୍କ ରାଲିରେ ଯୁବବର୍ଗଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ହଜାର ହଜାର ଛାତ୍ର ବିଜେଡି, ଯୁବ ବିଜେଡି କର୍ମୀମାନେ ରାଲିରେ ଯୋଗଦେଉଥିବା ପରିଲକ୍ଷିତ କରାଯାଇଛି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିର ସରଗରମ ସେତିକି ବଢ଼ି ବଢ଼ି ଚାଲିଛି । କେଉଁଠି ସମର୍ଥକ ମାନେ ବୁଲି ବୁଲି ପ୍ରଚାର କରୁଥିବା ବେଳେ କେଉଁଠି ପାର୍ଥୀ ନିଜର ମୁଦା ନେଇ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ବିଜେଡିର ବିଧାୟକ ପାର୍ଥୀ ସୌଭିକ ବିଶ୍ୱାଳ ନିର୍ବାଚନୀ ପ୍ରଚାର ବେଳେ ବିଶାଳ ବାଇକ୍ ରାଲି ଦେଖିବାକୁ ମିଳିଥିଲା । ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକଙ୍କ ନେତୃତ୍ୱରେ ଏବଂ ଯୁବ ସଂଗଠକ ପିତାମ୍ବର ନାୟକଙ୍କ ତତ୍ତ୍ୱବଧାନରେ ସ୍ଥାନୀୟ ଗାନ୍ଧିଜୀ ବିଦ୍ୟାପୀଠ ସ୍ଥିତ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ସହ ସହ ସମର୍ଥକମାନଙ୍କ ସହିତ ବାଇକରେ ଶିମିଳିହାଣ୍ଡ, କୟଳପଡ଼ା, ନୂଆ ପାଟଣା ସମେତ ସମସ୍ତ ୱାର୍ଡରେ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ସମୟରେ ବିଧାୟକ ପାର୍ଥୀ ଶ୍ରୀ ବିଶ୍ୱଳଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ରାଲିରେ ୭୦୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସମର୍ଥକ ଅଂଶ ଗ୍ରହଣ କରିଥିଲେ । ବିଜୁ ଜନତା ଦଳର ବିଭିନ୍ନ ଲୋକାଭିମୁଖୀ କାମ ଓ ଯୋଜନା ମାନର ଆଲୋଚନା କରି ଆଗାମୀ ଦିନରେ ବିଜେଡି ଦଳର କାମକୁ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କୟଳପଡ଼ା ସମିତି ସଭ୍ୟ ବନ୍ଦନା ସ୍ୱାଇଁ, ନାୟବ ସରପଞ୍ଚ ମାଧବାନନ୍ଦ ସେଠୀ, ପଞ୍ଚାୟତର ପର୍ଯ୍ୟବେକ୍ଷକ ନିମାଇ ବିଶ୍ୱାଳ, ସହ ପର୍ଯ୍ୟବେକ୍ଷକ ସୁପ୍ରିତିନାଥ ଶର୍ମା, ଅନ୍ୟତମ ପର୍ଯ୍ୟବେକ୍ଷକ ଶିବେନ୍ଦ୍ର ହାତୀ, ପଞ୍ଚାୟତ ବିଜେଡି ସଭାପତି ସୁଧାକର ନାୟକଙ୍କ ସମେତ ବହୁ ମହିଳା, ଛାତ୍ର, ଯୁବ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ