ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ

ଗୁଜୁରାଟ ମୁର୍ବି ସହର ଦୁର୍ଘଟଣା ପରେ ଚେତିଲା ପ୍ରଶାସନ: ବିପଦ ଜନକ ଅବସ୍ଥାରେ ଧବଳେଶ୍ୱର ଝୁଲାପୋଲ

News by Maheswar & Smruti ranjan (Athagarh & Cuttack)

ଆଠଗଡ଼/କଟକ (ଏନ୍‌.ଏମ୍‌.): ଗୁଜୁରାଟର ମୋର୍ବି ସହରରେ ଗତ ରବିବାର ଦିନ ଝୁଲା ପୋଲ ଛିଣ୍ଡି ପଡ଼ିବା ପରେ ଏବେ ସାରା ଦେଶରେ ଥିବା ଝୁଲାପୋଲଗୁଡ଼ିକୁ ଯାଞ୍ଚ କରାଯାଉଛି । ଓଡିଶାର ଅନ୍ୟତମ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁଟି କ୍ରମଶଃ ଦୁର୍ବଳ ହେଉଥିବା ଗତ କିଛି ବର୍ଷ ଧରି ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିଲା । ତେବେ ଅହମ୍ମଦାବାଦ ଘଟଣାପରେ ଏବେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି ପୀଠକୁ ଆସିବା ପାଇଁ ଏକମାତ୍ର ଡଙ୍ଗାର ବ୍ୟବସ୍ଥା ରହିଥିଲା । ଲୋକେ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରିଥାନ୍ତି । ଫଳରେ ବାରମ୍ବର ଡଙ୍ଗାବୁଡ଼ି ଭଳି ଦୁର୍ଘଟଣା ଘଟିବାରୁ ଏହାକୁ ଏଡାଇବା ପାଇଁ ୨୦୦୬ ମସିହାରେ ଝୁଲାପୋଲ ହେବା ଦ୍ୱାରା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ି ହୋଇଥିଲା । କିନ୍ତୁ ଏବେ ଝୁଲାପୋଲର ସ୍ଥାୟୀତ୍ୱକୁ ନେଇ ଉଠିଛି ପ୍ରଶ୍ନ।
ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ୧୨ମାସରେ ତେର ପର୍ବ ପାଳନ କରାଯାଇଥାଏ । କିନ୍ତୁ ଧବଳେଶ୍ୱରଙ୍କ ଅନ୍ୟତମ ପର୍ବ ଭାବରେ ଶିବରାତ୍ରୀ, ମକରଯାତ୍ରା, ଶ୍ରାବଣ ମାସର କାଉଡି ଯାତ୍ରା ଓ ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡ଼ଓଷା ପର୍ବ ଅନ୍ୟତମ । ବାବା ଧବଳେଶ୍ୱର କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ୱର ନାମରେ ବିଶ୍ୱବିଖ୍ୟାତ । ତେବେ ଧବଳେଶ୍ୱର ପୀଠକୁ ଆସିବା ପାଇଁ ଏକମାତ୍ର ବିକଳ୍ପ ରହିଥିଲା ଡଙ୍ଗା ।ଆଉ ଏହି ଡଙ୍ଗାରେ ଲୋକେ ବିପଦପୂର୍ଣ୍ଣ ଭାବରେ ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିଥାନ୍ତି । ତେବେ ଡଙ୍ଗାରେ ଯାତାୟାତ କରିବା ସମୟରେ ଅନେକ ଘଟଣା ଦୁର୍ଘଟଣା ଘଟି ଧନଜୀବନ ହାନି ହେବାରୁ ନାବାର୍ଡ଼ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୦୦୦ ମସିହାରେ ଝୁଲାପୋଲର ଭିତ୍ତିପ୍ରସ୍ତର ସ୍ଥାପନ ବେହ ସହ ୨୦୦୬ ମସିହାରେ ଝୁଲାପୋଲ ଉଦ୍‌ଘାଟନ କରାଯାଇଥିଲା । ନିର୍ମାଣ ସମୟରେ ଏକକାଳୀନ ଏହି ପୋଲ ଉପରେ ୮୦୦ ଲୋକ ଯାତାୟତ କରିବାର ବ୍ୟବସ୍ଥା କରାଯାଇଥିଲା । ଦିନକୁ ଦିନ ଝୁଲାପୋଲ ଦୁର୍ବଳ ହେବାଦ୍ୱାରା ପ୍ରଶାସନ ପକ୍ଷରୁ ୭୦୦ ପରେ ୬୦୦ ପରେ ୪୦୦ ପରେ ୩୦୦ କରାଯାଇଥିବା ବେଳେ ଗତକାଲି କୋଲକାତାରୁ ବିଶେଷଜ୍ଞ ଟିମ୍ ଆସିବା ପରେ ଆଜି ୨୦୦ ଏକକାଳୀନ ଯାତାୟାତ କରିବା ପାଇଁ ଆଡଭାଜରୀ ଦେବୋତ୍ତର ବିଭାଗ ପକ୍ଷରୁ ଜାରି କରାଯାଇଛି । ତେବେ ଆଜି ୪ର୍ଥ ସୋମବାର ହୋଇଥିବା ବେଳେ ଆଗକୁ ରହିଛି ବାବା ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା । ଏହି ସମୟରେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅନ୍ୟପଟେ ମହାନଦୀରେ ମଧୂସୁଦନ ସେତୁ ହେବାପରେ ଏବେ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ତେବେ ଝୁଲାପୋଲର ସ୍ଥିତି ଯାଞ୍ଚ କରିବା ପରେ ଧବଳେଶ୍ୱର ଝୁଲାପୋଲ ମରାମତି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ୨ଦିନ ଝୁଲାପୋଲରେ ଯିବାକୁ ବାରଣ କରାଯାଇଛି । ମଙ୍ଗଳବାର ଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ । ଏହି ଦୁଇ ଦିନ ଭିତରେ ପୋଲ ଉପରକୁ କାହାକୁ ଛଡା ଯିବ ନାହିଁ । ସ୍ଥାନୀୟ ପ୍ରଶାସନ ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ । ଦୁଇ ଦିନ ଭିତରେ କାମ ଯଦି ସମ୍ପୂର୍ଣ୍ଣ ନ ହୁଏ । ତେବେ ପୋଲର ବନ୍ଦ ଅବଧି ସମୟ ସୀମା ବଢ଼ିପାରେ ବୋଲି ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ, ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ରବିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିମନ୍ତ୍ରଣରେ କୋଲକାତାରୁ ଏକ ବିଶେଷଜ୍ଞ ଟିମ୍ ଝୁଲା ପୋଲ ସ୍ଥିତି ପରଖିଥିଲା । ଏହାର କଡିକବଜା ଗୁଡିକ ଦୁର୍ବଳ ହୋଇଯାଇଛି ଏବଂ ଯଥାଶୀଘ୍ର ମରାମତି ଆବଶ୍ୟକ ବୋଲି କମିଟି ମତ ଦେଇଥିଲା । ଏ ସମ୍ପର୍କରେ ଗତକାଲି ରାତିରେ କଟକରେ ବୈଷୟିକ କମିଟି ବୈଠକ ବସି ଆଜି ଠାରୁ ଝୁଲାପୋଲରେ ଯାତାୟତ କରିବାର କ୍ଷମତାକୁ ହ୍ରାସ କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ତରଫରୁ ପୋଷ୍ଟର ଲଗାଯାଇ କଟକଣା ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଇଛି । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଏହି ଝୁଲାପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଓସାର ୨ ମିଟର ରହିଛି ପ୍ରଥମେ ଏହାର ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ ଥିଲା । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣାବେକ୍ଷଣ ଅଭାବରୁ ଏବେ ୨୦୨୦ ମସିହାରେ ଏହାର କ୍ଷମତାକୁ ୬୦୦ ଶହକୁ କମାଇ ଦିଆଗଲା ହେଲେ ଚଳିତ ବର୍ଷର କାର୍ତ୍ତିକ ମାସକୁ ଭକ୍ତଙ୍କ ସମାଗମ ଦେଖି ଆଜି ଏହାକୁ ହ୍ରାସ କରାଯାଇ ୨୦୦ କରାଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳାର ସହିତ ଦର୍ଶନ କରିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ