କାନପୁରରେ ଟେଟ୍ରାହେଡ୍ରନ ପକ୍ଷରୁ ରକ୍ତଦାନ ଶିବିର,୨୦ ୟୁନିଟ୍ ସଂଗ୍ରହ
#ଟାଙ୍ଗୀ- ଚୌଦ୍ୱାର (ଏନ୍.ଏମ୍.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟାଙ୍ଗୀରେ ଅବସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନର ଟେଟ୍ରାହେଡ୍ରନ ଏଡୁକେସନାଲ ଟ୍ରଷ୍ଟ ପକ୍ଷରୁ ଟାଙ୍ଗୀ ଚୌଦ୍ବାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ କାନପୁର ଗ୍ରାମସ୍ଥ ବାବା କାନନେଶ୍ଵର ସ୍ପୋର୍ଟସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ ସମ୍ପାଦିକା ଡ଼ ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ତଥା ଟେଟ୍ରାହେଡ୍ରନ ଟ୍ରଷ୍ଟର ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ନେତୃତ୍ବରେ କ୍ଲବର ୨୦ ଜଣ ସଦସ୍ୟ ନୂତନ କରି ରକ୍ତଦାନ କରିଥିଲେ। ଏହି ଶିବିରରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ର କଟକର ଚିକିତ୍ସକଙ୍କ ସମେତ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା, କ୍ଲବର ସଭାପତି ତଥା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଧନେଶ୍ଵର ନାୟକ,ଶାଳଗାଁ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ପ୍ରବୀର କୁମାର ଦାଶ, ଯୁବ ସଂଗଠକ ବିଶ୍ଵଜିତ ଅଞ୍ଚଳ ପ୍ରମୁଖ ଯୋଗଦେଇ ଏଭଳି ମହତ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।କ୍ଲବର ଶୁଭମ ବେହେରା, ସୁବ୍ରତ ବେହେରା, ରାକେଶ ବେହେରା ଓ ବାପିନା ଲେଙ୍କାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକମାସ ଧରି ଟେଟ୍ରାହେଡ୍ରନ ଟ୍ରଷ୍ଟ ପକ୍ଷରୁ ୧୦ରୁ ଉର୍ଦ୍ଧ ରକ୍ତଦାନ ଶିବିର ସମେତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଛନ୍ତି।


