କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି
ଭୁବନେଶ୍ୱର(ଏନ୍.ଏମ୍.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀ ଛଡା ଅନ୍ୟ କେଉଁଠାରେ ରଥଯାତ୍ରାହୋଇ ପାରିବ ନାହିଁ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ନିଷେଧ କରାଯାଇଛି । ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ କଟକଣାରେ ରଥଯାତ୍ରା ପାଳନ ହେବ । କରୋନାର ୨ୟ ଲହର ଜାରି ରହିଥିବାରୁ ଏଭଳି କଟକଣା ଲାଗୁ କରାଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଯିବାକୁ ବାରଣ ରହିଛି । ଯେଉଁ ସେବାୟତମାନେ ରଥଯାତ୍ରାରେ ସାମିଲ ହେବେ ୨ ପାନ ଟିକା ନେବା ସହ ଆରଟିପିସିଆର ନେଗେଟିଭ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ରଥଯାତ୍ରା ସମୟରେ କରୋନା କଟକଣା ଓ ସାମାଜିକ ଦୂରତା ମାନିବା ନିତ୍ୟାନ୍ତ ଜରୁରୀ । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ କର୍ଫ୍ୟୁ ଜାରି ହେବା ସହ ପୁରୀକୁ ବସ୍, ଗାଡି ମୋଟର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ପୁରୀ ରଥଯାତ୍ରାର ସିଧାପ୍ରସାରଣ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱ ନେବେ । ରାଜ୍ୟର ଅନ୍ୟ ମନ୍ଦିରରେ କେବଳ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ । ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପଡ଼ୁଥିବାବେଳେ କରୋନା ସଂକ୍ରମଣ ଦୃଷ୍ଟିର ସରକାର ଏଭଳି କଟକଣା ଲାଗୁକରିଥିବା ଶ୍ରୀ ଜେନା କହିଛନ୍ତି ।