ଇପିଏଫ ପେନସନ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

ଇପିଏଫ ପେନସନ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

ଇପିଏଫ ପେନସନ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

#କଟକ(ଏନ୍‌.ଏମ୍‌.): ଇପିଏଫ ପେନସନ ବୃଦ୍ଧି ମାମଲାରେ ଜବାବ ଦାଖଲ ଲାଗି ଓଡିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଶ୍ରମ,ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି । ଏ ନେଇ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ଉପରୋକ୍ତ ପଦାଧିକାରୀମାନଙ୍କୁ ଏହି ନୋଟିସ ଜାରି କରିବା ସହ ଆସନ୍ତା ୨୯ ତ।।ରିଖରୁ ଆରମ୍ଭ ହେଉଥିବା ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ସମୟ ଧାର୍ଯ୍ୟ କରିଛନ୍ତି । ଏହି ମାମଲରେ ଆବେଦନକାରୀ ଶ୍ରୀ ବ୍ରହ୍ମା ଦର୍ଶାଇଛନ୍ତି ଯେ, ଓଡିଶା ସମେତ ସାରା ଦେଶରେ ଥିବା ୭୬ ଲକ୍ଷ ଇପିଏଫ ପେନସନଧାରୀଙ୍କୁ କେନ୍ଦ୍ର ସରକାର ୨୦୧୪ ସେପ୍ଟେମ୍ବର ୧ ତାରିଖ ଠାରୁ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପେନସନ ଦେଇ ଆସୁଛନ୍ତି । ମାତ୍ର ଦରଦାମ ବୃଦ୍ଧିର ଭରଣା ପାଇଁ ପେନସନ ସହ ମହଙ୍ଗା ଭତ୍ତା ଦେଉନାହାନ୍ତି । ଫଳରେ ସମଗ୍ର ଦେଶର ୭୬ ଲକ୍ଷ ଇପିଏଫ ପେନସନଧାରୀ ଓ ତାଙ୍କ ପରିବାର ଆର୍ôଥକ ଅନାଟନରେ ନିଜ ପରିବାର ପ୍ରତିପୋଷଣ ଏପରିକି ନିଜର ଔଷଧ ଖର୍ଚ୍ଚ ମଧ୍ୟ ତୁଲାଇବା ସମ୍ଭବ ହେଉନାହିଁ । ଏଣୁ ରାଜ୍ୟସ୍ତରରେ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଓ ସର୍ବଭାରତୀୟ ସ୍ତରରେ ଥିବା ଇପିଏଫ ପେନସନର୍ସ ସଙ୍ଗଠନ ପେନସନ ବୃଦ୍ଧି ଲାଗି ବିଭିନ୍ନ ଫୋରମରେ ସ୍ମାରକପତ୍ର ପ୍ରଦାନ କରିବା ସହ ଦାବି ହାସଲ ଲାଗି ଗଣତାନ୍ତ୍ରୀକ ଉପାୟରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର କିଛି ସୁଫଳ ନ ମିଳିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ଅଦାଲତଙ୍କୁ ନିବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଇପିଏଫ ପେନସନ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଖୋସିୟାରୀ କମିଟି ୨୦୧୩ରେ ସୁପାରିଶ କରିଥିଲେ ମଧ୍ୟ ଖୋଦ କେନ୍ଦ୍ର ସରକାର ଏହି ସୁପାରିଶକୁ କାର୍ଯ୍ୟକାରୀ କରୁନାହାନ୍ତି । ସାମାଜିକ ସୁରକ୍ଷା ଲାଗି ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦ୍ର ତଥା ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କ ଲାଗି ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ୨୦୧୬ ଜାନୁୟାରୀରୁ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ କରି ଆସୁଛନ୍ତି । ତେବେ ବିଭିନ୍ନ କଳକାରଖାନା, ବେସରକାରୀ ଅନୁଷ୍ଠାନ ଓ ସରକାରୀ ପରିଚାଳନାଧିନ ସଂସ୍ଥା ଯଥା ବିଭିନ୍ନ ନିଗମ ଓ ବୋର୍ଡରେ କାର୍ଯ୍ୟ କରି ଦେଶ ଗଠନରେ ସମଭାଗୀଦାରୀ ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାନୁପାତିକ ସାମାଜିକ ସୁରକ୍ଷାରୁ ବଞ୍ôଚତ କରାଯାଉଛି । ଏଣୁ ସମସ୍ତ ଇପିଏଫ ପେନସନଧାରୀଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ସହ ମହଙ୍ଗା ଭତ୍ତା ଦେବା ପାଇଁ ଏଥିରେ ନିବେଦନ କରାଯାଇଛି । ଏହି ଆବେଦନପତ୍ରରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତ ଆଦିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ନାୟକ ଏବଂ ଉତ୍କଳ ରଞ୍ଜନ ପାତ୍ର ମାମଲା ପରିଚାଳନା କରୁଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ