ଇଡିର ଅଭିଯୋଗ: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଇ ରକ୍ତରେ ସର୍କରା ବଢ଼ାଉଛନ୍ତି କେଜ୍ରିୱାଲ

ଇଡିର ଅଭିଯୋଗ: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଇ ରକ୍ତରେ ସର୍କରା ବଢ଼ାଉଛନ୍ତି କେଜ୍ରିୱାଲ

ଇଡିର ଅଭିଯୋଗ: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଇ ରକ୍ତରେ ସର୍କରା ବଢ଼ାଉଛନ୍ତି କେଜ୍ରିୱାଲ


#ନୂଆଦିଲ୍ଲୀ(ଏଜେନ୍ସି): ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ । ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି । ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି । ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଥିବା ଇଡି ପକ୍ଷରୁ ଅଭିଯୋଗ ହୋଇଛି । ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି । ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଅଭିଯୋଗ କରିଛି । ଏହାପରେ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କେଜ୍ରିୱାଲ ଖାଉଥିବା ଖାଦ୍ୟର ତାଲିକା ଦେବାକୁ କହିଛନ୍ତି । ଏଥିସହ କୋର୍ଟ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କ ଓକିଲଙ୍କୁ ମଧ୍ୟ ଡାକ୍ତର ତାଙ୍କ ପାଇଁ ପ୍ରଦାନ କରିଥିବା ଖାଦ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି । ତେଣୁ ଶୁଣାଣି ବେଳେ ଇଡି କହିଥିଲା ଯେ ଅରବିନ୍ଦ କେଜ୍ରିୱାଲ ନିୟମିତ ଭାବେ ଚା’ରେ ଚିନି ପକାଇ ପିଉଛନ୍ତି । ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଉଛନ୍ତି । ସେ ଜଣେ ଟାଇପ ୨ ମଧୁମେହ ରୋଗୀ ହୋଇଥିବାରୁ ସେ ଭଲ ଭାବେ ଜାଣିଛନ୍ତି ଯେ, ଏସବୁ ଖାଇଲେ, ତାଙ୍କର ରକ୍ତ ସର୍କରା ବୃଦ୍ଧି ପାଇବ । ତଥାପି ସେ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି । ସେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରି କୋର୍ଟଙ୍କ ଠାରୁ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ ଚାହୁଁଛନ୍ତି । ଜେଲରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉଛି । ସେମାନେ ଦିନକୁ ୨ ଥର କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।”କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ, ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ । ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି । ଏହା ଶୁଣିବା ପରେ କୋର୍ଟ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି