ଆସନ୍ତା ୨୬ରେ ପ୍ରକାଶପାଇବ ମେଟ୍ରିକ୍ ପରୀକ୍ଷାଫଳ

ଆସନ୍ତା ୨୬ରେ ପ୍ରକାଶପାଇବ ମେଟ୍ରିକ୍ ପରୀକ୍ଷାଫଳ

ଆସନ୍ତା ୨୬ରେ ପ୍ରକାଶପାଇବ ମେଟ୍ରିକ୍ ପରୀକ୍ଷାଫଳ


କଟକ(ଏନ୍‌.ଏମ୍‌.): ଆସନ୍ତା ୨୬ ତାରିଖ ସକାଳ ସାଢେ ୧୦ଟା ସମୟରେ ମେଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । ତେବେ ସକାଳ ସାଢ ୧୧ଟା ସମୟରେ ପରୀକ୍ଷାଫଳ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇଂଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଏସ୍‌ଏମ୍‌ଏସ୍‌ରେ (ରୋଲ୍ ନଂ ଲେଖି ୫୬୭୬୭୫୦)କୁ ପଠାଇଲେ ପରୀକ୍ଷାଫଳ ପାଇପାରିବେ । ସେହିପରି ଏହି ଦିନ ଅପରାହ୍ନ ୪ଟାରୁ ଡିଜିଟାଲ୍ ସାର୍ଟିଫିକେଟ୍ ପାଇପାରିବେ । ଅନ୍ୟପକ୍ଷରେ ମଇ ୨୯ ତାରିଖରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ରି ଚେକିଂ ପାଇଁ ମଧ୍ୟ ଆବେଦନ କରିପାରିବେ । ସୂଚନାଥାଉକି ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଫେବୃଆରି ୨୦ ତାରିଖଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସମଗ୍ର ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା । ତେବେ ଚଳିତ ବର୍ଷ ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇେ ଲିଜେନ୍ସି (ଏଅ ।ଇ) ସର୍ଭେଲାନ୍ସର ଉପଯୋଗ କରି ସିଧାସଳଖ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ମୁଖ୍ୟାଳୟରୁ କେତେକ କେନ୍ଦ୍ରରେ ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରଣ କରାଯାଇଥିଲା । ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ୪୧ଟି ସ୍କ୍ୱାଡ୍‌, ଜିଲା ଶିକ୍ଷାଧିକାରୀଙ୍କର ୭୨ଟି ସ୍କ୍ୱାଡ୍ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି