ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ, ୧ଗିରଫ

ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ, ୧ଗିରଫ

ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ, ୧ଗିରଫ


#ପାଟଣାଗଡ଼(ଏନ୍‌.ଏମ୍‌.): ପାଟଣାଗଡ଼ ଅଞ୍ଚଳରେ ବେଆଇନ ମହୁଲ ଚାଲଣ ସମୟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଛି । ବିଭାଗୀୟ ଅଧିକାରୀ ଉକ୍ତ ମହୁଲ ବୋଝେଇ ବଲୋରୋ ପିକଅପ ଭ୍ୟାନ ସହ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲରମ୍ଭା ଥାନା ଖୁର୍ସେଲ ରାସ୍ତାରେ ବିଳମ୍ବିତ ରାତିରେ ଖୁଣ୍ଟଣାପାଣି ଗାଁର ଅନନ୍ତ ସାହୁ ବଲୋରୋ ପିଅକପ ଭ୍ୟାନ ଗାଡ଼ି ନମ୍ବର ଓଡି୦୩ ୟୁ ୩୦୩୮ ଯୋଗେ ୨୫ କ୍ୟୁଣ୍ଟାଲ ୨୫ କିଲୋଗ୍ରାମ ମହୁଲ ବୋଝେଇ କରି ଚାଲଣ କରୁଥିଲେ । ତେବେ ଏହି ସମୟରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏତେ ପରିମାଣର ମହୁଲ ଚୋରା ଚାଲଣ ହେଉଥିବା ବିଭାଗୀୟ ଅଧିକାରୀ ଜାଣିବା ପରେ ତାଙ୍କୁ ଅଟକ ରଖିଥିଲେ । ଆଜି ପାଟଣାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ଅବକାରୀ ଅଧିକ୍ଷକ ରାଜକୁମାର ବେହେରା ସୂଚନା ଦେଇଛନ୍ତି । ପେଟ୍ରୋଲିଂ ସମୟରେ ଶ୍ରୀ ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ