ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ ଭୁବନେଶ୍ୱର, (ଏନ୍‍.ଏମ୍‍.): ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।…

Read More

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ

ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ ଆଠଗଡ଼(ଏନ୍‍.ଏମ୍‍.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟସାରା ଜଳମଗ୍ନ ହୋଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେବା ଫଳରେ ଏବେ ମହାନଦୀ ଫୁଲିବାରେ ଲାଗିଛି । ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦ୍‍ବୁଦ୍ଦ ଜଳ ନିଷ୍କାସନ ନିମନ୍ତେ ହୀରାକୁଦ ଜଳଭଣ୍ଡାରରୁ ୨୬ଟି ଗେଟ ଖୋଲାଯାଇଛି । ମହାନଦୀରେ ଏହି ଜଳ ପ୍ରବାହିତ ହେବା ଯୋଗୁଁ ମୁଣ୍ଡଳୀ ଠାରେ ସନ୍ଧ୍ୟା…

Read More

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ

ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ଥାନୀୟ ରବିଟକିଜ ସ୍ଥିତ ଜେଏମଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତ କୁମାର ମିଶ୍ର ଓ ନିର୍ଦ୍ଦେଶକ ଶ୍ରୀପ୍ରିୟା ମିଶ୍ରଙ୍କ ସହ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନତାର ୭୫ବର୍ଷପରେ ମଧ୍ୟ ଆଜି ଅବହେଳିତ…

Read More