୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ; ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ; ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ

୭୬ ବର୍ଷିୟ ବିଧବା ବୃଦ୍ଧା ମା’କୁ ବିବାହିତ ଝିଅର ନିର୍ଯ୍ୟାତନା ଅଭିଯୋଗ
ପ୍ରଶାସନ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ନିଜଘରେ କରାଗଲା ଥଇଥାନ

ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ

ଜଗତସିଂହପୁର(ଏନ.ଏମ୍‌.): ବିବାହ ପରେ ମଧ୍ୟ ଝିଅ ବାପଘରେ ରହି ୭୬ ବର୍ଷିୟ ଅସହାୟ ବିଧବା ବୃଦ୍ଧା ମା’ ପ୍ରତି ଅତ୍ୟାଚାର କରୁଥିବା ଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ବୃଦ୍ଧାଙ୍କ ଦୟନୀୟ ଅବସ୍ଥାକୁ ବିଚାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ବୃଦ୍ଧାଙ୍କୁ ତାଙ୍କ ନିଜଘରେ ଥଇଥାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏମିତିକି ସହାୟତା ନିମନ୍ତେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ କର୍ମୀଙ୍କୁ ମଧ୍ୟ ନିଜର ଦୁଃଖ ଜଣାଇଥିଲେ ବୃଦ୍ଧା । ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଗଗନ ବିହାରୀ ପୃଷ୍ଟି, ଜଗତସିଂହପୁର ଜିଲ୍ଲା ମହିଳା ସଭାପତି ସବିତା ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଅଶିତ୍ ରଞ୍ଜନ ରାଉତରାୟ ପ୍ରମୁଖ ଉକ୍ତ ଘଟଣାକୁ ନେଇ ନାଉଗାଁ ଥାନାରେ ପହଞ୍ଚି ଆଇ.ଆଇ.ସି ଙ୍କ ସହିତ ଆଲୋଚନା କରିଥିଲେ । ପରେ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ବୃଦ୍ଧାଙ୍କ ଥଇଥାନ ନିମନ୍ତେ ତାଙ୍କ ଗାଁ ଘରେ ପହଞ୍ଚିଥିଲେ ନାଉଗାଁ ପୋଲିସ୍ ଓ ମାନବାଧିକାର କର୍ମୀମାନେ । କିନ୍ତୁ ବୃଦ୍ଧାଙ୍କ ଘରେ ତାଲା ପଡିଥିବାରୁ ସ୍ଥାନୀୟ ମାଜିଷ୍ଟ୍ରେଟ (ତହସିଲଦାର)ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ତାଙ୍କ ନିଜଘରେ ଥଇଥାନ କରାଯାଇଥିଲା । ସୁଚନାନୂଯାୟୀ ଉକ୍ତ ୭୬ ବର୍ଷିୟ ବିଧବା ବୃଦ୍ଧା ଉଷାରାଣୀ ବାରିକଙ୍କ ଘର ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ସୁଣ୍ଠଳ ଗ୍ରାମରେ ଅଟେ । ଅଭାବ ଅନାଟନରେ କାଳତିପାତ କରୁଥିବା ଉଷାରାଣୀ ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ଦୁଇଟି ଝିଅକୁ ବହୁ କଷ୍ଟରେ ବାହାଘର କରିସାରିବା ପରେ ଦାରିଦ୍ର‌୍ୟର କଷାଘାତରେ ଆଜିପର୍ଯ୍ୟନ୍ତ ପୁଅଟିର ବାହାଘର କରିପାରି ନାହାଁନ୍ତି । ଅପରପକ୍ଷରେ ସାନଝିଅ ଭାନୁପ୍ରିୟା ତାର ସ୍ୱାମୀ ସହିତ କିଛିଦିନ ପାଇଁ ବାପଘରେ ରହିବାକୁ ଆସି ଆଉ ଶାଶୂ ଘରକୁ ନଯାଇ ଦିର୍ଘଦିନ ଧରି ବାପଘର ସୁଣ୍ଠଳରେ ଆସ୍ଥାନ ଜମାଇ ରହିବା ସହିତ ୭୬ବର୍ଷିୟ ଅସହାୟ ବୃଦ୍ଧା ବିଧବା ମା’ ଉଷାରାଣୀକୁ ମାରଧର୍ କରି ବିଭିନ୍ନ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଶାଶୁ ଘରକୁ ଯିବାର ନାଁ ଧରୁନଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବୃଦ୍ଧା ଉଷାରାଣୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁ ଲିସ୍ ସହାୟତାରେ ସ୍ଥାନୀୟ (ମାଜିଷ୍ଟ୍ରେଟ) ତହସିଲଦାରଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗାଯାଇ ବୃଦ୍ଧାଙ୍କୁ ତାଙ୍କର ନିଜ ଘରେ ଥଇଥାନ କରାଯାଇଥିଲା । ବୃଦ୍ଧାଙ୍କ ଥଇଥାନ ସମୟରେ ମାନବାଧିକାର କର୍ମୀମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ପରେ ସାନଝିଅ ଭାନୁପ୍ରିୟା ପହଞ୍ଚି ମୁଁ କୋଉଠି ରହିବି, ମୋର କ’ଣ ପୈତୃକ ସମ୍ପତ୍ତିରେ ଭାଗନାହିଁ, ମୋତେ ମୋର ଭାଗ ଦିଆଯିବା ସହିତ ମୋତେ ଥଇଥାନ କରାଯାଉ ବୋଲି ଦାବି କରି ନାଉଗାଁ ତହସିଲ ସମ୍ମୁଖରେ ନିଜର ଛୋଟ ପୁଅକୁ ଧରି ଧାରଣା ବସିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ