ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ


#କଟକ (ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ମଠ ମନ୍ଦିରରୁ ଗତ କିଛି ଦିନ ଧରି ଲୁଟ ଆଦି ହେଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଉଥିବାବେଳେ ଆଜି କମିଶନରେଟ ପୁଲିସ ପକ୍ଷରୁ କିଛି ଲୁଟେରାମାନଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା ଅଞ୍ଚଳର ଦରଘାପାଟଣା ଅଞ୍ଚଳର ମା’ଜୟଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗରେ ତଦନ୍ତ କରିବା ସମୟରେ ପୁଲିସକୁ ବଡ଼ ସଫଳତା ମିଳି ପାରିଛି । ଅଭିଯୋଗ ଅନୁଯାୟୀ ମନ୍ଦିରକୁ ଗତ ଜାନୁଆରୀ ୨୮ ଓ ୨୯ର ମଧ୍ୟବର୍ତ୍ତୀ ସମୟ ଅର୍ଥାତ ବିଳମ୍ବିତ ରାତିରେ କିଛି ଅଜଣା ଲୁଟେରା ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିରରୁ ଦାନ ଅର୍ଥ ସହ ମା’ଙ୍କ ସୁନା ଗହଣା ଆଦି ଚୋରି ହୋଇଥିଲା । ତେବେ ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ମଧୁପାଟଣା ଥାନା ସବଇନ୍ସପେକ୍ଟର ଟି.କାନୁନଗୋ ତଦନ୍ତ ଭାର ଗ୍ରହଣ କରି ୪ଜଣ ଅଭିଯୁକ୍ତଙ୍କୁ ଗରିଫ କରିଥିଲେ । ତେବେ ପଚରାଉଚରାବେଳେ ସେମାନେ ସତ୍ୟ ସ୍ୱୀକାର କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଇମାମପଡ଼ାର ସେଖ ପିରୁ ଓରଫ ସେଖ ତାହିର(୫୦), ସେକ ହାରୁନ(୨୨), କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସର ଗୋରା ଓରଫ ସେଖ ଆଜିମ ଓରଫ ସେଖ ପାତି(୬୦), ବୟାଳିଶ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ଅଞ୍ଚଳର ଜଗଦୀଶ ଗୁଜରାଟି(୪୨) ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୯୬୪ ନଗଦ, ଓଡି୦୫ ବିଏନ୮୬୩୩ ନମ୍ବର ବିଶିଷ୍ଟ ସ୍କୁଟି, ମା’ ଜୟ ଦୁର୍ଗାଙ୍କ ଗୋଟିଏ ନାକ ଫୁଲ, ଗୋଟିଏ ଆରି, ଦୁଇଟି ଭଙ୍ଗା ତାଲା, ଗୋଟିଏ ଭଙ୍ଗା ଦାନବାକ୍ସ, ଗୋଟିଏ ଭଙ୍ଗାଯାଇଥିବା ଷ୍ଟିଲ ଆଲମିରା, ଏବଂ ୪୨୩ଗ୍ରାମ ଓଜନର ଚାନ୍ଦି ସହିତ ୨ଟି ମୋବାଇଲ ଫୋନ ଜବତ କରାଯାଇଛି । ସେମାନଙ୍କ ନାମରେ ମଧୁପାଟଣା ଜଗଧାତ୍ରୀ ମନ୍ଦିର ଚୋରି, ମାଲଗୋଦାମ, ବାରଙ୍ଗ ଥାନାରେ ତ୍ରିଶୁଳିଆ ବାରରୁ ଏବଂ ଘରୁ ଚୋରି, ସହିତ ବିଡାନାସୀ, କନ୍ଦରପୁର, ମର୍କତନଗର, ଜଗତପୁର, ଚୌଦ୍ୱାର ଆଦି ଥାନା ଅଞ୍ଚଳରେ ଏକାଧିକ ଚୋରି ଅପରାଧ ରହିଛି । ମଧୁପାଟଣା ଥାନା ପୁଲିସ ଏ ନେଇ କେଶ ନମ୍ବର ୩୪ତା ୨୯.୧.୨୦୨୪ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୪୫୭/୩୮୦ରୁ ପରିବର୍ତ୍ତନ କରି ୪୫୭/୩୮୦/୪୧୩ ଆଇପିସିରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଥିବା କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ